ସଂସଦରେ ହାତ ଉଠାଇ ପ୍ରତିବାଦ କରିବାରୁ ରାଘବ ଚଢ଼ାଙ୍କୁ ଧନଖଡ଼ଙ୍କ ଚେତାବନୀ ,‘ହାତ ନୁହେଁ, ପାଟିର ବ୍ୟବହାର କର’

ନୂଆଦିଲ୍ଲୀ : ସଂସଦରେ ଗତ ବୁଧବାର ହୋଇଥିବା ସୁରକ୍ଷା ଭଙ୍ଗ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିବାପାଇଁ ବିରୋଧୀ ସାଂସଦମାନେ ଗୃହ କାର୍ଯ୍ୟ ବନ୍ଦ କରିବାପାଇଁ ଆଜି ନୋଟିସ୍ ଦେଇଥିଲେ। କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକାର୍ଯ୍ୟ ବନ୍ଦ ସଂକ୍ରାନ୍ତ ନୋଟିସକୁ ସ୍ବୀକୃତି ନଦେବାରୁ ବିରୋଧୀ ସଦସ୍ୟମାନେ ଏହାର ବିରୋଧ କରି ତୀବ୍ର ପ୍ରତିବାଦ କରିଥିଲେ। ଏହି ସମୟରେ ଆପ୍ ସାଂସଦ ରାଘବ ଚଢ଼ା ହାତ ଉଠାଇ ତାଙ୍କ ପ୍ରତିବାଦ ଜଣାଇବାକୁ ଚେଷ୍ଟା କରିଥିଲେ। ତେବେ ରାଘବ […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦରେ ଗତ ବୁଧବାର ହୋଇଥିବା ସୁରକ୍ଷା ଭଙ୍ଗ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିବାପାଇଁ ବିରୋଧୀ ସାଂସଦମାନେ ଗୃହ କାର୍ଯ୍ୟ ବନ୍ଦ କରିବାପାଇଁ ଆଜି ନୋଟିସ୍ ଦେଇଥିଲେ। କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକାର୍ଯ୍ୟ ବନ୍ଦ ସଂକ୍ରାନ୍ତ ନୋଟିସକୁ ସ୍ବୀକୃତି ନଦେବାରୁ ବିରୋଧୀ ସଦସ୍ୟମାନେ ଏହାର ବିରୋଧ କରି ତୀବ୍ର ପ୍ରତିବାଦ କରିଥିଲେ। ଏହି ସମୟରେ ଆପ୍ ସାଂସଦ ରାଘବ ଚଢ଼ା ହାତ ଉଠାଇ ତାଙ୍କ ପ୍ରତିବାଦ ଜଣାଇବାକୁ ଚେଷ୍ଟା କରିଥିଲେ। ତେବେ ରାଘବ ଚଢ଼ାଙ୍କର ଏଭଳି ହାତ ଉଠାଇବା ଆଚରଣକୁ ଧନଖଡ଼ କଡ଼ା ବିରୋଧ କରିଛନ୍ତି। ଧନଖଡ଼ କହିଛନ୍ତି, ପ୍ରତିବାଦ ଜଣାଇବାପାଇଁ ହାତ ଉଠାଇବାର କୌଣସି ଆବଶ୍ୟକତା ନାହିଁ। ଯଦି କିଛି କହିବାକୁ ଚାହୁଛ ତେବେ ପାଟିର ବ୍ୟବହାର କର। ହାତ ଦ୍ବାରା କିଛି ଜଣାଇବାକୁ ଚେଷ୍ଟା କରନା। ଏବେ ତୁମର ଅନେକ କିଛି ଶିକ୍ଷା ଗ୍ରହଣ କରିବାର ସମୟ। ଲାଗୁଛି ଯେମିତି ଖୁବ୍ଶୀଘ୍ର ତୁମେ ନାଚିବା ଆରମ୍ଭ କରିବ। ନିଜ ଆସନରେ ଧୀରେ ବସ। ଏହି ଗୃହରେ ପୂର୍ବରୁ ତୁମକୁ ଦଣ୍ଡିତ କରାଯାଇଛି ବୋଲି ଧନଖଡ଼ ଚଢ଼ାଙ୍କୁ ଚେତାବନୀ ଦେଇ କହିଛନ୍ତି।

Tags: