ସଂସଦରେ ରାହୁଲଙ୍କୁ ଭେଟିଲେ ୧୨ ଚାଷୀ ନେତା

ନୂଆଦିଲ୍ଲୀ: ପଂଜାବ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଏବଂ କର୍ଣ୍ଣାଟକର ଚାଷୀ ନେତାଙ୍କର ଏକ ପ୍ରତିନିଧି ଦଳ ଆଜି ସଂସଦ ଭବନ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଏବଂ ତାଙ୍କୁ କୃଷି ସଂକ୍ରାନ୍ତ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଅବଗତ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ପୂର୍ବତନ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ପଂଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଙ୍ଗ, କଂଗ୍ରେସ ନେତା ସୁଖଜିିନ୍ଦର ସିଂହ ରନ୍ଧୱା, ଜୁରଜିତ […]

Samaya Live Picture
Published On

ନୂଆଦିଲ୍ଲୀ: ପଂଜାବ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଏବଂ କର୍ଣ୍ଣାଟକର ଚାଷୀ ନେତାଙ୍କର ଏକ ପ୍ରତିନିଧି ଦଳ ଆଜି ସଂସଦ ଭବନ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଏବଂ ତାଙ୍କୁ କୃଷି ସଂକ୍ରାନ୍ତ ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଅବଗତ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ପୂର୍ବତନ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ପଂଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଙ୍ଗ, କଂଗ୍ରେସ ନେତା ସୁଖଜିିନ୍ଦର ସିଂହ ରନ୍ଧୱା, ଜୁରଜିତ ସିଂହ ଅଜିଲା,ଦୀପେନ୍ଦର ସିଂହ ହୁଦା ଆଜି ଏହି ବୈଠକରେ ଉପସ୍ଥିତ ଥିଲେ। ୧୨ ଚାଷୀ ନେତାଙ୍କର ଏକ ପ୍ରତିନିଧି ଦଳ ଆଜି ରାହୁଲଙ୍କୁ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୨୪ କେନ୍ଦ୍ର ବଜେଟକୁ ଚାଷୀ ନେତାମାନେ ତୀବ୍ର ବି‌ରୋଧ କରିଛନ୍ତି। ଏଥିରେ କୃଷି କ୍ଷେତ୍ର ପାଇଁ ସେମିତି କିଛି ବିଶେଷ ଘୋଷଣା‌ ହୋଇନାହିଁ ଏବଂ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ନେଇ କିଛି ଘୋଷଣା ହୋଇନାହିଁ ବୋଲି ଚାଷୀନେତାମାନେ କହିଛନ୍ତି।

Tags: