ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ବେଳେ ମୋଦୀ ଲଜ୍ଜାହୀନ ଭାବେ ହସୁଥିଲେ : ରାହୁଲ

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି, ଲୋକସଭାରେ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଚାଲିଥିବାବେଳେ ମୋଦୀ ଅତ୍ୟନ୍ତ ଲଜ୍ଜାହୀନ ଭାବେ ହସୁଥିଲେ ଏବଂ ପରିହାସ କରୁଥିଲେ। ରାହୁଲ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟ୍ କହିଲେ। ପରିଶେଷରେ ସେ ମଣିପୁର […]

Samaya Live Picture
Published On

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି, ଲୋକସଭାରେ ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଚାଲିଥିବାବେଳେ ମୋଦୀ ଅତ୍ୟନ୍ତ ଲଜ୍ଜାହୀନ ଭାବେ ହସୁଥିଲେ ଏବଂ ପରିହାସ କରୁଥିଲେ। ରାହୁଲ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ସଂସଦରେ ୨ ଘଣ୍ଟା ୧୩ ମିନିଟ୍ କହିଲେ। ପରିଶେଷରେ ସେ ମଣିପୁର ପ୍ରସଙ୍ଗରେ ୨ ମିନିଟ୍ ପାଇଁ କହିଲେ। ମଣିପୁର ୨ ମାସ ହେବ ଜଳୁଛି। ଲୋକଙ୍କୁ ହତ୍ୟା କରାଯାଉଛି ଏବଂ ଦୁଷ୍କର୍ମ ଭଳି ଘଟଣା ଘଟୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ହସୁଛନ୍ତି ଏବଂ ପରିହାସ କରୁଛନ୍ତି। ଏହା ତାଙ୍କୁ ଆଦୌ ସୁଟ୍ କରୁନାହିଁ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଭାରତୀୟ ସେନା ମାତ୍ର ୨ ଦିନରେ ଏସବୁକୁ ଶେଷ କରିଦେଇପାରିବ କିନ୍ତୁ ମଣିପୁର ଜଳୁ ବୋଲି ପ୍ରଧାନମନ୍ତ୍ରୀ ଚାହାନ୍ତି। ସେ ମଣିପୁର ନିଆଁକୁ ଲିଭାଇବାକୁ ଚାହାନ୍ତିନି। ୨୦୨୮ରେ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଉଲ୍ଲେଖ କରି ରାହୁଲ କହିଛନ୍ତି, ୨୦୨୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବେର କି ନା’ ପ୍ରଶ୍ନ ନଥିଲା ଏବଂ ପ୍ରଶ୍ନ ଥିଲା ମଣିପୁରକୁ ନେଇ ଯେଉଁଠାରେ ଶିଶୁ ଏବଂ ଲୋକମାନଙ୍କୁ ହତ୍ୟା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଭାରତକୁ ନେଇ ନଥିଲା ବରଂ ଏହା ନରେନ୍ଦ୍ର ମୋଦୀଙ୍କୁ ନେଇ ଥିଲା।

Tags: