ସଂସଦରେ ବିଜେପି ସାଂସଦଙ୍କୁ ଫ୍ଲାଇଂ କିସ୍ ଦେଲେ ରାହୁଲ, ସମାଲୋଚନା କଲେ ସ୍ମୃତି
ନୂଆଦିଲ୍ଲୀ : ସଂସଦ ସଦସ୍ୟତା ଫେରି ପାଇବାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସଂସଦରେ ପ୍ରଥମ ଥର ପାଇଁ ତାଙ୍କ ଭାଷଣ ରଖିଛନ୍ତି। ତେବେ ରାହୁଲ ଆଜି ସଂସଦରେ ବିଜେପି ସାଂସଦ ମାନଙ୍କୁ ଫ୍ଲାଇଂ କିସ୍ ଦେଇଛନ୍ତି। ରାହୁଲ ଲୋକସଭାରେ ତାଙ୍କ ଭାଷଣ ଶେଷ କରି ଗୃହରୁ ବାହାରୁଥିବାବେଳେ ବିଇଜେପି ସାଂସଦମାନଙ୍କୁ ଅନାଇ ଫ୍ଲାଇଂ କିସ୍ ଦେଇଛନ୍ତି। ଏହି ସମୟରେ ରାହୁଲଙ୍କର କିଛି ଫାଇଲ୍ ତଳେ ପଡ଼ି ଯାଇଥିଲା। ରାହୁଲ ନିଜେ ତଳକୁ ନଇଁ ଫାଇଲ୍ […]
ନୂଆଦିଲ୍ଲୀ : ସଂସଦ ସଦସ୍ୟତା ଫେରି ପାଇବାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସଂସଦରେ ପ୍ରଥମ ଥର ପାଇଁ ତାଙ୍କ ଭାଷଣ ରଖିଛନ୍ତି। ତେବେ ରାହୁଲ ଆଜି ସଂସଦରେ ବିଜେପି ସାଂସଦ ମାନଙ୍କୁ ଫ୍ଲାଇଂ କିସ୍ ଦେଇଛନ୍ତି। ରାହୁଲ ଲୋକସଭାରେ ତାଙ୍କ ଭାଷଣ ଶେଷ କରି ଗୃହରୁ ବାହାରୁଥିବାବେଳେ ବିଇଜେପି ସାଂସଦମାନଙ୍କୁ ଅନାଇ ଫ୍ଲାଇଂ କିସ୍ ଦେଇଛନ୍ତି। ଏହି ସମୟରେ ରାହୁଲଙ୍କର କିଛି ଫାଇଲ୍ ତଳେ ପଡ଼ି ଯାଇଥିଲା। ରାହୁଲ ନିଜେ ତଳକୁ ନଇଁ ଫାଇଲ୍ ଗୁଡ଼ିକୁ ଉଠାଇବାବେଳେ ବିଜେପି ସାଂସଦମାନେ ତାଙ୍କ ଉପରକୁ ହସିଥିଲେ। ରାହୁଲ ଫ୍ଲାଇଂ କିସ୍ ଦେଉଥିବାର ଫଟୋ କ୍ୟାମେରାରେ କଏଦ ହୋଇନାହିଁ। କିନ୍ତୁ ରାହୁଲଙ୍କର ଏହି କାର୍ଯ୍ୟ ପାଇଁ ବିଜେପିର ମହିଳା ସାଂସଦମାନେ ତାଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, କେବଳ ଜଣେ ମହିଳା ବିରୋଧୀ ବ୍ୟକ୍ତି ହିଁ ସଂସଦରେ ମହିଳାଙ୍କୁ ଫ୍ଲାଇଂ କିସ୍ ଦେଇପାରନ୍ତି। ଏଭଳି ଘଟଣା ପୂର୍ବରୁ କେବେ ହୋଇନାହିଁ। ଏଥିରୁ ଜଣାପଡ଼ୁଛି ଯେ ମହିଳାଙ୍କୁ ନେଇ ସେ କ’ଣ ଚିନ୍ତା କରୁଛନ୍ତି। ଏହା ଅତ୍ୟନ୍ତ ଅଶ୍ଳୀଳ ଅଟେ। କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ମଧ୍ୟ କଂଗ୍ରେସ ସାଂସଦଙ୍କ ଉପରେ ବର୍ଷିଛନ୍ତି ଏବଂ ରାହୁଲଙ୍କ ବିରୋଧରେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାହୁଲଙ୍କ ବ୍ୟବହାର ଅନୁପଯୁକ୍ତ ବୋଲି ସେ କହିଛନ୍ତି।




