ସଂସଦରେ ଆଗତ ହେଲା ନୂଆ ଆୟକର ବିଲ୍
ନୂଆଦିଲ୍ଲୀ : ନୂଆ ଆୟକର ବିଲ୍ ଗୁରୁବାର ଲୋକସଭାରେ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ଏହା ପୂର୍ବରୁ ୨୦୨୫ ଫେବ୍ରୁଆରି ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲା। ନୂଆ ଆଇନ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନର ସ୍ଥାନ ନେବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ଅଧିକ ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ । ତେବେ କିଛି ସାଂସଦ ଏହି ବିଲ୍କୁ ବିରୋଧ […]
ନୂଆଦିଲ୍ଲୀ : ନୂଆ ଆୟକର ବିଲ୍ ଗୁରୁବାର ଲୋକସଭାରେ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ଏହା ପୂର୍ବରୁ ୨୦୨୫ ଫେବ୍ରୁଆରି ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲା। ନୂଆ ଆଇନ ପ୍ରାୟ ୬୦ ବର୍ଷ ପୁରୁଣା ଆୟକର ଆଇନର ସ୍ଥାନ ନେବ ଏବଂ ଟିକସ ବ୍ୟବସ୍ଥାକୁ ସରଳ, ଅଧିକ ସ୍ୱଚ୍ଛ ଏବଂ ଅଧିକ ପ୍ରଭାବଶାଳୀ କରିବ । ତେବେ କିଛି ସାଂସଦ ଏହି ବିଲ୍କୁ ବିରୋଧ କରିଛନ୍ତି। ତୃଣମୂଳ କଂଗ୍ରେସର ସୌଗତ ରାୟଙ୍କ ସମେତ କିଛି ବିରୋଧୀ ସଦସ୍ୟ ଏହି ବିଲକୁ ଗୃହରେ ଆଗତ କରିବାକୁ ବିରୋଧ କରିଥିଲେ। ସାଂସଦଙ୍କ ହୋହଲ୍ଲା ମଧ୍ୟରେ ଅର୍ଥମନ୍ତ୍ରୀ ଏହି ବିଲ୍ ଗୃହରେ ଉପସ୍ଥାପନ କରିବା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହାକୁ ଗୃହର ସିଲେକ୍ଟ କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ ତାରିଖରେ ବଜେଟ୍ ଅଭିଭାଷଣରେ ଏହି ନୂଆ ବିଲ୍ ଘୋଷଣା କରିଥିଲେ। ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧ର ସ୍ଥାନ ନେଉଥିବା ନୂଆ ଆୟକର ବିଲ୍ ପ୍ରତ୍ୟକ୍ଷ ଟିକସ ଆଇନକୁ ପଢ଼ିବା ଓ ବୁଝିବା, ଅସ୍ପଷ୍ଟତା ଦୂର କରିବା ଏବଂ ମାମଲାକୁ ହ୍ରାସ କରିବାରେ ସହଜ କରିବ।




