ସଂସଦରେ ଅଶୋଭନୀୟ ଆଚରଣ ପାଇଁ ମଣିକମ ଟାଗୋର, କାନିମୋଝିଙ୍କ ସମେତ ୧୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦରେ ଅଶୋଭନୀୟ ଆଚରଣ ପାଇଁ ଜଣେ ରାଜ୍ୟସଭା ସାଂସଦ ଏବଂ ୧୪ ଜଣ ଲୋକସଭା ସାଂସଦ ନିଲମ୍ବିତ ହୋଇଛନ୍ତି। ମଣିକମ ଟାଗୋର, କାନିମୋଝି, ପିଆର୍ ନଟରାଜନ, ଭିକେ ଶ୍ରୀକାନ୍ତମ, ବେଣି ବାହନ, କେ ସୁବ୍ରମଣ୍ୟମ, ଏସ୍ଆର ପ୍ରତିବନ, ଏସ୍ ଭେଙ୍କଟେଶଙ୍କ ସମେତ ଅନ୍ୟମାନେ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ଅନ୍ୟପକ୍ଷେ ଟିଏମ୍ସିର ଡେରେକ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୧୫ ସାଂସଦଙ୍କ ମଧ୍ୟରୁ ୯ ଜଣ କଂଗ୍ରେସର, ୨ ଜଣ ସିପିଏମ୍ର, ୨ […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦରେ ଅଶୋଭନୀୟ ଆଚରଣ ପାଇଁ ଜଣେ ରାଜ୍ୟସଭା ସାଂସଦ ଏବଂ ୧୪ ଜଣ ଲୋକସଭା ସାଂସଦ ନିଲମ୍ବିତ ହୋଇଛନ୍ତି। ମଣିକମ ଟାଗୋର, କାନିମୋଝି, ପିଆର୍ ନଟରାଜନ, ଭିକେ ଶ୍ରୀକାନ୍ତମ, ବେଣି ବାହନ, କେ ସୁବ୍ରମଣ୍ୟମ, ଏସ୍ଆର ପ୍ରତିବନ, ଏସ୍ ଭେଙ୍କଟେଶଙ୍କ ସମେତ ଅନ୍ୟମାନେ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ଅନ୍ୟପକ୍ଷେ ଟିଏମ୍ସିର ଡେରେକ ଓବ୍ରାଏନ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ୧୫ ସାଂସଦଙ୍କ ମଧ୍ୟରୁ ୯ ଜଣ କଂଗ୍ରେସର, ୨ ଜଣ ସିପିଏମ୍ର, ୨ ଜଣ ଡିଏମକେର ଏବଂ ସିପିଆଇ, ଟିଏମ୍ସିରୁ ଜଣେ ଲେଖାଏଁ ସାଂସଦ ଅଛନ୍ତି। ବୁଧବାର ଲୋକସଭାରେ ହୋଇଥିବା ସୁରକ୍ଷା ତ୍ରୁଟିକୁ ବିରୋଧ କରି ବିରୋଧୀମାନେ ସଂସଦରେ କରିଥିବା ଆନ୍ଦୋଳନ ସହ ଏହି ନିଲମ୍ବନ ଜଡ଼ିତ। ବିରୋଧୀଙ୍କ ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଥିଲା।

Tags: