ସଂସଦକୁ ଫେରିଲେ ରାହୁଲ ଗାନ୍ଧି, ସଂସଦ ସଦସ୍ୟତା ଫେରି ପାଇଲେ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାପରେ ସେ ତାଙ୍କ ସଦସ୍ୟତା ଫେରି ପାଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଂସଦ ସଦସ୍ୟତା ପୂର୍ବବତ୍ ଫେରାଇ ଦିଆଯାଇଥିବା ଘୋଷଣା କରାଯାଇଛି। ୪ ମାସ ପରେ ରାହୁଲ ସଂସଦକୁ ଫେରି ମୌସୁମୀ ଅଧିବେଶନରେ ଯୋଗ ଦେଇଛନ୍ତି। ରାହୁଲ ଆଜି ସଂସଦରେ ପ୍ରବେଶ କରିବା ବେଳେ ତାଙ୍କୁ ଭବ୍ୟ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାପରେ ସେ ତାଙ୍କ ସଦସ୍ୟତା ଫେରି ପାଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ରାହୁଲଙ୍କ ସଂସଦ ସଦସ୍ୟତା ପୂର୍ବବତ୍ ଫେରାଇ ଦିଆଯାଇଥିବା ଘୋଷଣା କରାଯାଇଛି। ୪ ମାସ ପରେ ରାହୁଲ ସଂସଦକୁ ଫେରି ମୌସୁମୀ ଅଧିବେଶନରେ ଯୋଗ ଦେଇଛନ୍ତି। ରାହୁଲ ଆଜି ସଂସଦରେ ପ୍ରବେଶ କରିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ରାହୁଲ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାହୁଲଙ୍କ ସଂସଦ ସଦସ୍ୟତା ଫେରାଇବା ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ ପଦକ୍ଷେପ କହିଛନ୍ତି। ଏହା ଦେଶ ଏବଂ ବିଶେଷ କରି ୱାୟନାଡ଼ର ଲୋକମାନଙ୍କୁ ଆଶ୍ବସ୍ତ କରିଛି। ଖଡ଼ଗେ ମଧ୍ୟ ଆଜି ବିରୋଧୀ ନେତାମାନଙ୍କୁ ମିଠା ବାଣ୍ଟୁଥିବାର ଭିଡିଓ ଟ୍ବିଟ୍ କରିଛନ୍ତି। ଦଳର ମୁଖ୍ୟାଳୟ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସଭବନରେ ମଧ୍ୟ ଉତ୍ସବର ମାହୋଲ୍।




