ସଂରକ୍ଷଣ ପ୍ରସଙ୍ଗରେ ମୋଦୀ-ଲାଲୁ ମୁହାଁମୁହିଁ

ନୂଆଦିଲ୍ଲୀ : ମୁସଲମାନଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆର୍ଜେଡି ନେତା ଲାଲୁ ଯାଦବଙ୍କ ବାକ୍ଯୁଦ୍ଧକୁ ନେଇ ବିହାର ରାଜନୀତି ପୁଣିଥରେ ସରଗରମ ହୋଇଉଠିଛି। ମୁସଲିମଙ୍କୁ ସମ୍ପୂର୍ଣ୍ଣ ସଂରକ୍ଷଣକୁ ଲାଲୁଙ୍କ ସମର୍ଥନକୁ ପ୍ରଧାନମନ୍ତ୍ରୀ କଠୋର ସମାଲୋଚନା କରିଛନ୍ତି। ପଶୁଙ୍କ ଚାରା ଖାଇଥିବା ନିର୍ଲଜ ନେତା ବୋଲି ଲାଲୁଙ୍କୁ ପ୍ରଧାନ୍ତତ୍ରୀ କଟାକ୍ଷ କରିଥିବା ବେଳେ ଲାଲୁ ମଧ୍ୟ ଏହାର ପାଲଟା ଜବାବ ଦେଇ କହିଛନ୍ତି ଯେ ସେ ତାଙ୍କଠାରୁ ବଡ଼ ଓ ପ୍ରକୃତ ପଛୁଆବର୍ଗ ନେତା […]

Samaya Live Picture
Published On

ନୂଆଦିଲ୍ଲୀ : ମୁସଲମାନଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆର୍ଜେଡି ନେତା ଲାଲୁ ଯାଦବଙ୍କ ବାକ୍ଯୁଦ୍ଧକୁ ନେଇ ବିହାର ରାଜନୀତି ପୁଣିଥରେ ସରଗରମ ହୋଇଉଠିଛି। ମୁସଲିମଙ୍କୁ ସମ୍ପୂର୍ଣ୍ଣ ସଂରକ୍ଷଣକୁ ଲାଲୁଙ୍କ ସମର୍ଥନକୁ ପ୍ରଧାନମନ୍ତ୍ରୀ କଠୋର ସମାଲୋଚନା କରିଛନ୍ତି। ପଶୁଙ୍କ ଚାରା ଖାଇଥିବା ନିର୍ଲଜ ନେତା ବୋଲି ଲାଲୁଙ୍କୁ ପ୍ରଧାନ୍ତତ୍ରୀ କଟାକ୍ଷ କରିଥିବା ବେଳେ ଲାଲୁ ମଧ୍ୟ ଏହାର ପାଲଟା ଜବାବ ଦେଇ କହିଛନ୍ତି ଯେ ସେ ତାଙ୍କଠାରୁ ବଡ଼ ଓ ପ୍ରକୃତ ପଛୁଆବର୍ଗ ନେତା ନୁହନ୍ତି। ବିଜେପି କେବଳ ଲଢ଼ାଇବା ଜାଣେ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶର ଧର ଠାରେ ଅନୁଷ୍ଠିତ ଏକ ନିର୍ବାଚନ ସଭାକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି ଲାଲୁ ଯାଦବ ଓ ଆର୍ଜେଡିକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନିରବ ରହିଛି, କିନ୍ତୁ ତାଙ୍କର ଇଣ୍ଡି-ମେଣ୍ଟର ଜଣେ ସହଯୋଗୀ ସେମାନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ସେମାନଙ୍କ ଜଣେ ନେତା ଯିଏ ପଶୁଙ୍କ ଚାରା ଖାଇ ଜେଲ୍ ଯାଇଥିଲେ, ତାଙ୍କର ନିର୍ଲଜତାକୁ ଦେଖନ୍ତୁ। ସେ ସ୍ବାସ୍ଥ୍ୟଗତ କାରଣରୁ ଜାମିନରେ ଆସିଛନ୍ତି। ଯଦି ଆପଣମାନଙ୍କ ଗାଁରେ କେହି ଜେଲ୍ ଯାଇଥାଏ ତେବେ ଲୋକମାନେ ସେହି ବ୍ୟକ୍ତି ଠାରୁ ଦୂରେଇ ଯାନ୍ତି। କିନ୍ତୁ କଂଗ୍ରେସ ଏତେ ତଳକୁ ଖସି ଯାଇ ସେଭଳି ଲୋକଙ୍କ ସହ ନୃତ୍ୟ କରୁଛି। ସେହି ନେତା (ଲାଲୁ ଯାଦବ) କହୁଛନ୍ତି ଯେ ମୁସଲିମଙ୍କୁ ସବୁ ସଂରକ୍ଷଣ ମିଳିବା କଥା। ଏଥିରୁ ସ୍ପଷ୍ଟ ଯେ ସେମାନେ ଅନୁସୂଚିତ ଜାତି, ଜନଜାତି, ଓବିସିଙ୍କ ଠାରୁ ସଂରକ୍ଷଣ ଛଡ଼ାଇ ନେଇ ମୁସଲିମ୍ଙ୍କୁ ଦେବାକୁ ଚାହାନ୍ତି।

Tags: