ସଂଯୁକ୍ତା ସେଠୀଙ୍କୁ ନାଇଟିଙ୍ଗେଲ୍ ଆୱାର୍ଡରେ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୧୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମର୍ଯ୍ୟାଦାଜନକ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ଆୱାର୍ଡ-୨୦୨୪ରେ ସମ୍ମାନିତ କରିଛନ୍ତି। ଏହି କ୍ରମରେ ଓଡିଶାରୁ ସଂଯୁକ୍ତା ସେଠୀ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଶ୍ରୀମତୀ ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟରେ ନର୍ସିଂ ଅଫିସର ତଥା ଓଟି ଇନ୍ଚାର୍ଜ ରୂପେ ଅବସ୍ଥାପିତ। ଏଥି ସହିତ ଜୈବ-ମେଡିକାଲ-ବର୍ଜ୍ୟର ସୁପରଭାଇଜର ଓ ଜିଲ୍ଲା କ୍ବାଲିଟି ଆସ୍ୟୁରାନ୍ସ ଟିମ୍ର ସକ୍ରିୟ ସଦସ୍ୟରୂପେ ମଧ୍ୟ ସେ ଦାୟିତ୍ବ […]
ନୂଆଦିଲ୍ଲୀ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୧୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମର୍ଯ୍ୟାଦାଜନକ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ଆୱାର୍ଡ-୨୦୨୪ରେ ସମ୍ମାନିତ କରିଛନ୍ତି। ଏହି କ୍ରମରେ ଓଡିଶାରୁ ସଂଯୁକ୍ତା ସେଠୀ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଶ୍ରୀମତୀ ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟରେ ନର୍ସିଂ ଅଫିସର ତଥା ଓଟି ଇନ୍ଚାର୍ଜ ରୂପେ ଅବସ୍ଥାପିତ। ଏଥି ସହିତ ଜୈବ-ମେଡିକାଲ-ବର୍ଜ୍ୟର ସୁପରଭାଇଜର ଓ ଜିଲ୍ଲା କ୍ବାଲିଟି ଆସ୍ୟୁରାନ୍ସ ଟିମ୍ର ସକ୍ରିୟ ସଦସ୍ୟରୂପେ ମଧ୍ୟ ସେ ଦାୟିତ୍ବ ନିର୍ବାହ କରୁଛନ୍ତି। ଦୁର୍ଘଟଣାରେ ଆହତଙ୍କ ଜୀବନରକ୍ଷା ପାଇଁ ତାଙ୍କର ଚିକିତ୍ସା ଓ ଯତ୍ନ ବେଶ୍ ପ୍ରଶଂସନୀୟ ରହିଛି। ପୁରସ୍କାର ବାବଦରେ ପ୍ରତ୍ୟେକ ସ୍ବାସ୍ଥ୍ୟକର୍ମୀଙ୍କୁ ଏକଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏହି ସମ୍ମାନ ତାଙ୍କ ପାଇଁ ବିଶେଷ ଗୁରତ୍ବ ବହନ କରୁଛି ଏବଂ ଅପହଂଚ ଇଲାକାରେ ସ୍ବାସ୍ଥ୍ୟସେବା ଯେଗାଇବା ପାଇଁ ସେ ତାଙ୍କର ପ୍ରୟାସ ଜାରି ରଖିବେ ବୋଲି ଶ୍ରୀମତୀ ସେଠୀ ପୁରସ୍କାର ପାଇବା ପରେ ନିଜର ପ୍ରତିକ୍ରିୟାରେ କହିଥିଲେ। ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ସମେତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




