ସଂଜୟ ସିଂହଙ୍କୁ ଗିରଫ କରିବାପରେ ଆପ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ କରିବ ଇଡି
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଗିରଫ କରିଛି। ସଂଜୟ ସିଂହଙ୍କ ବାସଭବନରେ ଚଢ଼ଉ ସହ ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିବାପରେ ଇଡି ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ଜଣେ ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ତେବେ ମିଳିଥିବା ଏକ ସୂଚନାନୁଯାୟୀ ଇଡି […]
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତକାଲି ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଗିରଫ କରିଛି। ସଂଜୟ ସିଂହଙ୍କ ବାସଭବନରେ ଚଢ଼ଉ ସହ ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିବାପରେ ଇଡି ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ଜଣେ ବରିଷ୍ଠ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ତେବେ ମିଳିଥିବା ଏକ ସୂଚନାନୁଯାୟୀ ଇଡି ଖୁବ୍ ଶୀଘ୍ର ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍କୁ ଅଭିଯୁକ୍ତ କରିବ। ପିଏମଏଲ୍ଏ ମାମଲାରେ ଆପ୍କୁ କାହିଁକି ଅଭିଯୁକ୍ତ ଦର୍ଶାଯାଉନି ବୋଲି ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ ଗତ କିଛି ଦିନ ତଳେ ଇଡିକୁ କହିବାପରେ ଇଡି ମାମଲାରେ ଆପ୍କୁ ଅଭିଯୁକ୍ତ ଦର୍ଶାଇବ। ଅନ୍ୟପକ୍ଷେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ କହିଛନ୍ତି, ଏହା ସ୍ପଷ୍ଟ ହୋଇଯାଉଛି ଯେ ମନୀଷ ସିସୋଦିଆ ଏବଂ ସଂଜୟ ସିଂହଙ୍କ ବିରୋଧରେ ଇଡି ପାଖରେ କୌଣସି ପ୍ରମାଣ ନାହିଁ। ତେଣୁ ସେମାନେ ଏହି ମାମଲାରେ ଆପ୍କୁ ଅଭିଯୁକ୍ତ ଦର୍ଶାଇବାକୁ ଚାହୁଛନ୍ତି। ୧୫ ମାସର ତଦନ୍ତ ପରେ ବି ସିସୋଦିଆ ଏବଂ ସିଂହଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି।




