ସଂଖ୍ୟାଗରିଷ୍ଠତା ସତ୍ତ୍ବେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ୭୦ ଆସନରୁ ୬୨ଟି ଆସନରେ ଆପ୍ ବିଧାୟକ ଥିବା ସତ୍ତ୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ଏକ ଆସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସ୍ଥା ପ୍ରସ୍ତାବ ଆଶି କେଜ୍ରିୱାଲ ଲୋକମାନଙ୍କୁ ଏହା ଜଣାଇବାକୁ ଚାହିଛନ୍ତି ଯେ ଜଣେ ବି ବିଧାୟକ ତାଙ୍କ ହାତ ଛାଡ଼ିନାହାନ୍ତି। ଦିଲ୍ଲୀ ବିଧାନସଭାରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରି କେଜ୍ରିୱାଲ କହିଛନ୍ତି, ଆମୋମାରନେ ଦେଖୁଛୁ ଯେ ଅନ୍ୟ ରାଜ୍ୟରେ ଦଳ ଭାଙ୍ଗି ଯାଉଛି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ୭୦ ଆସନରୁ ୬୨ଟି ଆସନରେ ଆପ୍ ବିଧାୟକ ଥିବା ସତ୍ତ୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ଏକ ଆସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସ୍ଥା ପ୍ରସ୍ତାବ ଆଶି କେଜ୍ରିୱାଲ ଲୋକମାନଙ୍କୁ ଏହା ଜଣାଇବାକୁ ଚାହିଛନ୍ତି ଯେ ଜଣେ ବି ବିଧାୟକ ତାଙ୍କ ହାତ ଛାଡ଼ିନାହାନ୍ତି। ଦିଲ୍ଲୀ ବିଧାନସଭାରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରି କେଜ୍ରିୱାଲ କହିଛନ୍ତି, ଆମୋମାରନେ ଦେଖୁଛୁ ଯେ ଅନ୍ୟ ରାଜ୍ୟରେ ଦଳ ଭାଙ୍ଗି ଯାଉଛି ଏବଂ ସରକାର ମଧ୍ୟ ଭାଙ୍ଗି ଯାଉଛି। ମିଥ୍ୟା ମାମଲା ଆଣି ଏସବୁ କରାଯାଉଛି। ଦିଲ୍ଲୀରେ ମଧ୍ୟ ଅବକାରୀ ଦୁର୍ନୀତି ମାମଲା ଦ୍ବାରା ସେମାନେ ଆପ୍ ନେତାମାନଙ୍କୁ ଗିରଫ କରିବାକୁ ଚାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ବିଜେପି ଦିଲ୍ଲୀ ସରକାର ଭାଙ୍ଗି ଦେବାକୁ ଚାହୁଛି କାରଣ ସେମାନେ ଜାଚଣନ୍ତି ଯେ ସେମାନେ ଦିଲ୍ଲୀରେ କେବେ ବି ନିର୍ବାଚନ ଜିତିପାରିବେନି। ତେବେ ଶନିବାର ଦିନ କେଜ୍ରିୱାଲଙ୍କର ଏହି ଆସ୍ଥା ପ୍ରସ୍ତାବ ଉପରେ ଦିଲ୍ଲୀ ବିଧାନସଭାରେ ଆଲୋଚନା ହେବ। ଉଲ୍ଲେଖଯୋଗ୍ୟ ଯେ ଇଡି ବାରମ୍ବାର କେଜ୍ରିୱାଲଙ୍କୁ ସମନ୍ କରିଥିଲେ ସୁଦ୍ଧା କେଜ୍ରିୱାଲ ଇଡିରେ ହାଜର ହୋଇନାହାନ୍ତି। ଅନ୍ୟପକ୍ଷେ ସେ ଗୃହରେ ଆସ୍ଥା ପ୍ରସ୍ତାବ ଆଣିଛନ୍ତି।

Tags: