ସଂକ୍ରମଣ ୪ ହଜାର ଟପିଲା, ୧୬୩ ଦିନରେ ସର୍ବାଧିକ

ନୂଆଦିଲ୍ଲୀ, ୫/୪ : ଦେଶରେ ଦୈନିକ ସଂକ୍ରମଣ ୪ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ୪,୪୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୬୩ ଦିନରେ ଏହା ସର୍ବାଧିକ। ଅନ୍ୟପକ୍ଷେ ସକ୍ରିୟ ମାମଲା ୨୩ ,୦୯୧ ‌ରେ ପହଞ୍ଚିଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୩୩,୭୧୯। ଦେଶରେ କରୋନା ମୃତ୍ୟୁ ମଧ୍ୟ ବଢ଼ିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ଓଡ଼ିଶା ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ, ୫/୪ : ଦେଶରେ ଦୈନିକ ସଂକ୍ରମଣ ୪ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ୪,୪୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୬୩ ଦିନରେ ଏହା ସର୍ବାଧିକ। ଅନ୍ୟପକ୍ଷେ ସକ୍ରିୟ ମାମଲା ୨୩ ,୦୯୧ ‌ରେ ପହଞ୍ଚିଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୩୩,୭୧୯। ଦେଶରେ କରୋନା ମୃତ୍ୟୁ ମଧ୍ୟ ବଢ଼ିଲାଣି। ଗତ ୨୪ ଘଣ୍ଟାରେ ଦେଶରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ଓଡ଼ିଶା ଏବଂ ପଂଜାବରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪ ଜଣଙ୍କ କରୋନାରେ ମୃତ୍ୟୁ ‌ହୋଇଛି। କେରଳ ପୂର୍ବ ୪ଟି ମୃତ୍ୟୁକୁ ଏହାର ତଥ୍ୟରେ ‌ଯୋଡ଼ିଛି। ଏଥିସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୦,୯୧୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟା‌ରେ ୨,୫୦୮ ଜଣ କରୋନାରୁ ସୁସ୍ଥ ହେବା‌ ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୭୯,୭୧୨ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ। ଦେଶରେ ଦୈନିକ ଏବଂ ସାପ୍ତାହିକ ପଜିଟିଭ ହାର ଯଥାକ୍ରମେ ୨.୭୯ ଏବଂ ୩,୩୮ ପ୍ରତିଶତ ରହିଛି। ଦେଶରେ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ଏବଂ ମୃତ୍ୟୁ ହାର ୧.୧୯ ପ୍ରତିଶତ।

Tags: