ଷ୍ଟାଲିନଙ୍କ ସୀମା ପୁନଃନିର୍ଦ୍ଧାରଣ ଅଭିଯୋଗକୁ ଖଣ୍ଡନ କଲେ ଶାହ
ନୂଆଦିଲ୍ଲୀ: ୨୦୨୬ ଜନଗଣନା ଆଧାରରେ ଯଦି ସୀମା ପୁନଃନିର୍ଦ୍ଧାରଣ କରାଯାଏ ତେବେ ତାମିଲନାଡ଼ୁ ୮ ଲୋକସଭା ଆସନ ହରାଇଦେବ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ କରିଥିବା ଦାବି କରିଛନ୍ତି। କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଷ୍ଟାଲିନଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଶାହ କହିଛନ୍ତି, ଏହି ପ୍ରକ୍ରିୟାରେ ତାମିଲନାଡ଼ୁ ଗୋଟିଏ ମଧ୍ୟ ସଂସଦୀୟ ଆସନ ହରାଇବ ନାହିଁ। ପ୍ରଧାନମନ୍ତ୍ରୀ ଏହା ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ ସୀମା ପୁନଃନିର୍ଦ୍ଧାରଣ ପରେ ମଧ୍ୟ ଦକ୍ଷିଣ ରାଜ୍ୟରେ […]
ନୂଆଦିଲ୍ଲୀ: ୨୦୨୬ ଜନଗଣନା ଆଧାରରେ ଯଦି ସୀମା ପୁନଃନିର୍ଦ୍ଧାରଣ କରାଯାଏ ତେବେ ତାମିଲନାଡ଼ୁ ୮ ଲୋକସଭା ଆସନ ହରାଇଦେବ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ କରିଥିବା ଦାବି କରିଛନ୍ତି। କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଷ୍ଟାଲିନଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଶାହ କହିଛନ୍ତି, ଏହି ପ୍ରକ୍ରିୟାରେ ତାମିଲନାଡ଼ୁ ଗୋଟିଏ ମଧ୍ୟ ସଂସଦୀୟ ଆସନ ହରାଇବ ନାହିଁ। ପ୍ରଧାନମନ୍ତ୍ରୀ ଏହା ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ ସୀମା ପୁନଃନିର୍ଦ୍ଧାରଣ ପରେ ମଧ୍ୟ ଦକ୍ଷିଣ ରାଜ୍ୟରେ କୌଣସି ଆସନ ହ୍ରାସ ପାଇବନି। ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ତାମିଲନାଡ଼ୁରେ ସୀମା ପୁନଃ ନିର୍ଦ୍ଧାରଣ ହେବା ସମ୍ଭାବନା ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ତାମିଲନାଡ଼ୁରେ ଶାସକ ଡିଏମ୍କେ ଏବଂ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ସୀମା ପୁନଃନିର୍ଦ୍ଧାରଣ ପ୍ରଭାବ ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଷ୍ଟାଲିନ କହିଛନ୍ତି, ସଂସଦରେ ଆମ ପ୍ରତିନିଧିତ୍ବ କମାଇ ଦିଆଯିବ। ଆମ ସ୍ବରକୁ ଚାପି ଦିଆଯିବ। ଏହା ତାମିଲନାଡ଼ୁର ଅଧିକାରର ପ୍ରସଙ୍ଗ। ସମସ୍ତ ରାଜନୈତିକ ଦଳଗୁଡ଼ିକ ଏବେ ଏକ ସ୍ବରରେ କଥା କହିବା ଉଚିତ।
Tags:




