ଷ୍ଟାଲିନଙ୍କ ପୁଅଙ୍କ ବିବାଦୀୟ ବୟାନ , ‘ସନାତନ ଧର୍ମ ଡେଙ୍ଗୁ, ମ୍ୟା‌ଲେରିଆ ଭଳି’

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ସହ ତୁଳନା କରି ଉଦୟନିଧି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଉଦୟନିିଧି କହିଛନ୍ତି, ସନାତନ ଧର୍ମକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରାଯିବା ଉଚିତ। ସନାତନ ବିଲୋପ ସମ୍ମିଳନୀରେ ଯୋଗ ଦେଇ ଉଦୟନିଧି ଷ୍ଟାଲିନ କହିଛନ୍ତି, ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ସହ ତୁଳନା କରି ଉଦୟନିଧି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଉଦୟନିିଧି କହିଛନ୍ତି, ସନାତନ ଧର୍ମକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାର ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରାଯିବା ଉଚିତ। ସନାତନ ବିଲୋପ ସମ୍ମିଳନୀରେ ଯୋଗ ଦେଇ ଉଦୟନିଧି ଷ୍ଟାଲିନ କହିଛନ୍ତି, ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୁଦ୍ଧାଚରଣ କରୁଛି। ଏହାକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାକୁ ବିଲୋପ କରିବା ଉଚିତ। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲଭିୟ ଉଦୟନିଧିଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଉଦୟନିଧି ଷ୍ଟାଲିନ ଡିଏମ୍‌କେ ସରକାରରେ ଜଣେ ମନ୍ତ୍ରୀ।

Tags: