ଷଷ୍ଠ ଦିନରେ ଅନନ୍ତନାଗ ଏନକାଉଣ୍ଟର
ଶ୍ରୀନଗର : ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଅନନ୍ତନାଗ ଏନକାଉଣ୍ଟର ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଅନନ୍ତନାଗରୁ ସୁରକ୍ଷାକର୍ମୀମାନେ ଆଜି ଜଣେ ଆତଙ୍କବାଦୀର ଦଗ୍ଧିଭୂତ ଶରୀର ପାଇଛନ୍ତି। ସୋମବାର ବଡ଼ି ଭୋର ସମୟରୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଡ୍ରୋନ୍ ମାଧ୍ୟମରେ ଦେଖିବାକୁ ମିଳିଥିବା ଜଣେ ଯବାନ ଏବଂ ଅନ୍ୟ ଜଣେ ଆତଙ୍କବାଦୀକୁ ଚିହ୍ନଟ କରିବାପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷେ ରବିବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବାବେଳେ […]
ଶ୍ରୀନଗର : ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଅନନ୍ତନାଗ ଏନକାଉଣ୍ଟର ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଅନନ୍ତନାଗରୁ ସୁରକ୍ଷାକର୍ମୀମାନେ ଆଜି ଜଣେ ଆତଙ୍କବାଦୀର ଦଗ୍ଧିଭୂତ ଶରୀର ପାଇଛନ୍ତି। ସୋମବାର ବଡ଼ି ଭୋର ସମୟରୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଡ୍ରୋନ୍ ମାଧ୍ୟମରେ ଦେଖିବାକୁ ମିଳିଥିବା ଜଣେ ଯବାନ ଏବଂ ଅନ୍ୟ ଜଣେ ଆତଙ୍କବାଦୀକୁ ଚିହ୍ନଟ କରିବାପାଇଁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷେ ରବିବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବାବେଳେ ଆଜି ଗୁଳି ବିନିମୟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଅନନ୍ତନାଗ ଅପରେସନରେ ଜଣେ କର୍ନେଲ ଏବଂ ଜଣେ ମେଜରଙ୍କ ସମେତ ୩ ଜଣ ସହିଦ ହୋଇଛନ୍ତି। ଅପରେସନ ପାଇଁ ହାଇଟେକ୍ ଉପକରଣ ବ୍ୟବହାର ହୋଇଛି।




