ଶ୍ରେଣୀରେ ସ୍ମାର୍ଟ ଟିଭିରେ ଭୋଜପୁରୀ ଗୀତ ଲଗାଇ ଜମାଣିଆ ନାଚ ନାଚିଲେ ବିହାର ଛାତ୍ର

ପାଟନା: ବିହାରର ଗୟା ଜିଲ୍ଲାରେ ଏକ ସରକାରୀ ସ୍କୁଲ୍‌ରୁ ଏକ ମଜାଦାର ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଲ୍‌ର ଏକ ଶ୍ରେଣୀଗୃହରେ ଲାଗିଥିବା ସ୍ମାର୍ଟଟିଭିରେ ଭୋଜପୁରୀ ଗୀତ ଲାଗିଛି ଏବଂ ପିଲାମାନେ ଏହାକୁ ମନଭରି ଉପଭୋଗ କରୁଛନ୍ତି। ପିଲାମାନେ ଭୋଜପୁରୀ ଗୀତରେ ଜମାଣିଆ ନାଚ ନାଚୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେବାରେ ଲାଗିଛି। ଅଗଷ୍ଟ ୧୯ ତାରିଖରେ ଏହି ଭିଡିଓ ରେକର୍ଡ ହୋଇଥିଲା। କିଛି ପିଲା ଭୋଜପୁରୀ […]

Samaya Live Picture
Published On

ପାଟନା: ବିହାରର ଗୟା ଜିଲ୍ଲାରେ ଏକ ସରକାରୀ ସ୍କୁଲ୍‌ରୁ ଏକ ମଜାଦାର ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଲ୍‌ର ଏକ ଶ୍ରେଣୀଗୃହରେ ଲାଗିଥିବା ସ୍ମାର୍ଟଟିଭିରେ ଭୋଜପୁରୀ ଗୀତ ଲାଗିଛି ଏବଂ ପିଲାମାନେ ଏହାକୁ ମନଭରି ଉପଭୋଗ କରୁଛନ୍ତି। ପିଲାମାନେ ଭୋଜପୁରୀ ଗୀତରେ ଜମାଣିଆ ନାଚ ନାଚୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେବାରେ ଲାଗିଛି। ଅଗଷ୍ଟ ୧୯ ତାରିଖରେ ଏହି ଭିଡିଓ ରେକର୍ଡ ହୋଇଥିଲା। କିଛି ପିଲା ଭୋଜପୁରୀ ଗୀତରେ ନାଚୁଥିବାବେଳେ ଜଣେ ଛାତ୍ର ଏହାର ଭିଡିଓ ରେକର୍ଡ କରିଥିଲେ। ମିଳିଥିବା ସୂଚନାନୁଯାୟୀ ସେମାନଙ୍କ ଶ୍ରେଣୀ ଶିକ୍ଷକ କିଛି ସମୟ ପାଇଁ ଶ୍ରେଣୀରୁ ବାହାରକୁ ଚାଲିଯାଇଥିବାବେଳେ ଏହି ସମୟରେ ପିଲାମାନେ ସ୍ମାର୍ଟ ଟିଭିରେ ଗୀତ ଲଗାଇଥିଲେ। ସ୍କୁଲ୍‌ ପ୍ରିନ୍ସପାଲ କହିଛନ୍ତି, ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ଛାତ୍ରମାନେ ଏହାର ଫାଇଦା ଉଠାଇଛନ୍ତି। ତେବେ ଟିଭିରେ ଖୁବ୍‌ଜୋର ଗୀତ ବାଜିବାପରେ ଶିକ୍ଷକ ଶ୍ରେଣୀଗୃହକୁ ଫେରି ପିଲାମାନଙ୍କୁ ମାଡ଼ ମାରିଥିଲେ। ସ୍କୁଲ୍‌ ପ୍ରଶାସନ ମଧ୍ୟ ପିଲାମାନଙ୍କ ଅଭିଭାବକଙ୍କ ନିକଟରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲା। ତେବେ ଏହି ଭିଡିଓକୁ ଛାତ୍ରମାନେ ଡିଲିଟ୍‌ କରିଦେଇଛନ୍ତି ବୋଲି ଆଶ୍ବାସନା ଦେଇଥିଲେ ସୁଦ୍ଧା ୧୦ ଦିନ ପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଉଲ୍ଲେଖଯୋଗ୍ୟ ଯେ ପିଲାମାନଙ୍କୁ ଶିକ୍ଷଣୀୟ ବିଷୟବସ୍ତୁ ଦେଖାଇବାପାଇଁ ସ୍କୁଲ୍‌ମାନଙ୍କରେ ଏହି ସ୍ମାର୍ଟ ଟିଭି ଲାଗିଛି।

Tags: