ଶ୍ରୀଲଙ୍କା ନୌସେନା ଦ୍ବାରା ୩୨ ଧୀବର ଗିରଫ ହେବାପରେ ତାମିଲନାଡ଼ୁ ଧୀବରଙ୍କ ଧମକ: ଆମେ ନିର୍ବାଚନ ବର୍ଜନ କରିବୁ
ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୨ଟି ପୃଥକ୍ ଘଟଣାରେ ୩୨ ଜଣ ତାମିଲ ଧୀବରଙ୍କୁ ଗିରଫ କରିଛି। ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ତାମିଲନାଡ଼ୁର ଧୀବର ସମ୍ପ୍ରଦାୟ। ସେମାନେ ଆଗାମୀ ଲୋକସଭା ନିର୍ବାଚନ ବର୍ଜନ କରିବେ ବୋଲି କହିଛନ୍ତି। ଶ୍ରୀଲଙ୍କା ନୌସେନା ଦ୍ବାରା ବାରମ୍ବାର ଗିରଫ ହେଊଥିବାରୁ ଧୀବରମାନେ ସେମାନଙ୍କ ଜୀବନ ଏବଂ ଜୀବିକାକୁ ନେଇ ଖୁବ୍ ଚିନ୍ତା ପ୍ରକଟ କରିଛନ୍ତି। […]
ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୨ଟି ପୃଥକ୍ ଘଟଣାରେ ୩୨ ଜଣ ତାମିଲ ଧୀବରଙ୍କୁ ଗିରଫ କରିଛି। ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ତାମିଲନାଡ଼ୁର ଧୀବର ସମ୍ପ୍ରଦାୟ। ସେମାନେ ଆଗାମୀ ଲୋକସଭା ନିର୍ବାଚନ ବର୍ଜନ କରିବେ ବୋଲି କହିଛନ୍ତି। ଶ୍ରୀଲଙ୍କା ନୌସେନା ଦ୍ବାରା ବାରମ୍ବାର ଗିରଫ ହେଊଥିବାରୁ ଧୀବରମାନେ ସେମାନଙ୍କ ଜୀବନ ଏବଂ ଜୀବିକାକୁ ନେଇ ଖୁବ୍ ଚିନ୍ତା ପ୍ରକଟ କରିଛନ୍ତି। ୩ଟି ବୋଟ୍ ସହ ନେନ୍ଦୁଥିବୁ ନିକଟରୁ ୨୫ ଧୀବର ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ରାମେଶ୍ବରମରୁ ୭ ଜଣ ଧୀବର ମନ୍ନାର ଅଞ୍ଚଳରେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଧୀବର ଏବଂ ଜବତ ବୋଟକୁ ଜାଫନା ମତ୍ସ୍ୟପାଳନ ବିଭାଗ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି। ରାମେଶ୍ବରମ ଅଲ୍ ମେକାନାଇଜ୍ଡ ବୋଟ୍ ଆସୋସିଏସନର ସଚିବ କହିଛନ୍ତି, ଆମେ ମାଛ ଧରୁଛୁ। କୌଣସି ପ୍ରକାର ଚୋରାଚାଲାଣ କରୁନାହୁଁ। ଗତ ଦଶନ୍ଧିରେ ଆମେ ୩୫୦ ବୋଟ୍ ହରାଇ ଦେଇଛୁ ବୋଲି ସେ କହିଛନ୍ତି।




