ଶ୍ରୀନଗର ଡାଲ୍ ହ୍ରଦରେ ହାଉସବୋଟରେ ଅଗ୍ନିକାଣ୍ଡ, ୩ ପର୍ଯ୍ୟଟକଙ୍କ ମୃତ୍ୟୁ

ଶ୍ରୀନଗର : ଶ୍ରୀନଗର ଡାଲ୍ ହ୍ରଦରେ ଆଜି ହାଉସବୋଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫ଟି ହାଉସ୍ବୋଟ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଜଳି ଯାଇଥିବା ବୋଟ୍ରୁ ୩ ଜଣଙ୍କ ମୃତଦେହ ମିଳିଛି। କାହାର ପରିଚୟ ଜଣାପଡ଼ିଛି। ଉକ୍ତ ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନି ସେବା ବିଭାଗର ଷ୍ଟେସନ ହାଉସ ଅଫିସର ଫାରୁକ […]

Samaya Live Picture
Published On

ଶ୍ରୀନଗର : ଶ୍ରୀନଗର ଡାଲ୍ ହ୍ରଦରେ ଆଜି ହାଉସବୋଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫ଟି ହାଉସ୍ବୋଟ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଜଳି ଯାଇଥିବା ବୋଟ୍ରୁ ୩ ଜଣଙ୍କ ମୃତଦେହ ମିଳିଛି। କାହାର ପରିଚୟ ଜଣାପଡ଼ିଛି। ଉକ୍ତ ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଅଗ୍ନି ସେବା ବିଭାଗର ଷ୍ଟେସନ ହାଉସ ଅଫିସର ଫାରୁକ ଅହମଦ କହିଛନ୍ତି, କିଛି ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ନିଆଁ ଲାଗିଥିବା ଖବର ପାଇ ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ। ପ୍ରଥମେ ଗୋଟିଏ ହାଉସବୋଟରେ ନିଆଁ ଲାଗିଥିଲା ଏବଂ ପରେ ଏହା ଅନ୍ୟ ବୋଟ୍କୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନି।

Tags: