ଶ୍ରୀନଗରରେ ମୋଦୀ, ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀରର ଶ୍ରୀନଗର ଗସ୍ତ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଏହା ମୋଦୀଙ୍କର ପ୍ରଥମ ଶ୍ରୀନଗର ଗସ୍ତ। ଗସ୍ତ ଅବସରରେ ମୋଦୀ ଶ୍ରୀନଗରରେ ୬,୪୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏକ ସାଧାରଣ ସଭାରେ ମୋଦୀ ଉଦବୋଧନ ଦେବେ। ୨୦୧୯ ପରେ ଏହା ଶ୍ରୀନଗରରେ ସର୍ବବୃହତ୍ ରାଜନୈତିକ ରାଲି ହେବ ବୋଲି କୁହାଯାଉଛି। ମୋଦୀ ଆଜି ସକାଳେ ଶ୍ରୀନଗରରେ ପହଞ୍ଚିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କାଶ୍ମୀରର ଶ୍ରୀନଗର ଗସ୍ତ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ଏହା ମୋଦୀଙ୍କର ପ୍ରଥମ ଶ୍ରୀନଗର ଗସ୍ତ। ଗସ୍ତ ଅବସରରେ ମୋଦୀ ଶ୍ରୀନଗରରେ ୬,୪୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏକ ସାଧାରଣ ସଭାରେ ମୋଦୀ ଉଦବୋଧନ ଦେବେ। ୨୦୧୯ ପରେ ଏହା ଶ୍ରୀନଗରରେ ସର୍ବବୃହତ୍ ରାଜନୈତିକ ରାଲି ହେବ ବୋଲି କୁହାଯାଉଛି। ମୋଦୀ ଆଜି ସକାଳେ ଶ୍ରୀନଗରରେ ପହଞ୍ଚିଛନ୍ତି। ସେନା ମୁଖ୍ୟାଳୟ ବାଦାମୀବାଗ କ୍ୟାଣ୍ଟନମେଣ୍ଟରେ ସେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାପରେ ମୋଦୀ ଶ୍ରୀନରଗର ବକଶୀ ଷ୍ଟାଡିୟମକୁ ରାଲି ପାଇଁ ଯାଇଛନ୍ତି। ତେବେ ୩ ସପ୍ତାହରେ ଜମ୍ମୁ କାଶ୍ମୀରକୁ ଏହା ମୋଦୀଙ୍କର ଦ୍ବିତୀୟ ଗସ୍ତ। ଗତ ଫେବ୍ରୁଆରି ୨୦ ତାରିଖରେ ମୋଦୀ ଜମ୍ମୁରେ ଏକ ରାଲିରେ ଉଦବୋଧନ ଦେଇଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବାପରେ ଏହା ମୋଦୀଙ୍କର ପ୍ରଥମ ଜମ୍ମୁ କାଶ୍ମୀର ଗସ୍ତ। ଆଉ ମାତ୍ର ସପ୍ତାହକ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବାବେଳେ ଏହା ପୂର୍ବରୁ ମୋଦୀ ବିଭିନ୍ନ ରାଜ୍ୟରେ ଘନ ଘନ ରାଲିରେ ବ୍ୟସ୍ତ ଅଛନ୍ତି। ମୋଦୀଙ୍କ ଗସ୍ତ ପାଇଁ ଶ୍ରୀନଗରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସହରରେ ୧ ହଜାରରୁ ଅଧିକ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ଡ୍ରୋନ ଏବଂ ସିସିଟିଭି କ୍ୟାମେରା ମୁତୟନ ହୋଇଛି।

Tags: