ଶ୍ରୀନଗରରେ ଆରମ୍ଭ ହେଲା ଜି-୨୦ ବୈଠକ, ଦୁର୍ଗ ପାଲଟିଛି କାଶ୍ମୀର
ଶ୍ରୀନଗର: ଶ୍ରୀନଗରରେ ଆଜିଠାରୁ ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ ବୈଠକ ଆରମ୍ଭ ହୋଇଛି। ୩ ଦିନ ଧରି ଶ୍ରୀନଗରରେ ଏହି ବୈଠକ ଚାଲିବ। ଏଥିପାଇଁ ସମଗ୍ର କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କାଶ୍ମୀର ଏବେ ଏକ ଦୁର୍ଗରେ ପରିଣତ ହୋଇଛି। ସବୁଠି ସେନା ଛାଉଣି। ଧାରା ୩୭୦ ଉଚ୍ଛେଦ ପରେ ଏହା କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ଜି-୨୦ ବୈଠକ ସମୟରେ କାଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ଯୋଜନା ହୋଇଛି ବୋଲି ଗୁଇନ୍ଦା ସୂଚନା ମିଳିବାପରେ ସୁରକ୍ଷା […]
ଶ୍ରୀନଗର: ଶ୍ରୀନଗରରେ ଆଜିଠାରୁ ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ ବୈଠକ ଆରମ୍ଭ ହୋଇଛି। ୩ ଦିନ ଧରି ଶ୍ରୀନଗରରେ ଏହି ବୈଠକ ଚାଲିବ। ଏଥିପାଇଁ ସମଗ୍ର କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କାଶ୍ମୀର ଏବେ ଏକ ଦୁର୍ଗରେ ପରିଣତ ହୋଇଛି। ସବୁଠି ସେନା ଛାଉଣି। ଧାରା ୩୭୦ ଉଚ୍ଛେଦ ପରେ ଏହା କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ଜି-୨୦ ବୈଠକ ସମୟରେ କାଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ଯୋଜନା ହୋଇଛି ବୋଲି ଗୁଇନ୍ଦା ସୂଚନା ମିଳିବାପରେ ସୁରକ୍ଷା ବାହିନୀ ହାଇ ଆଲର୍ଟରେ ଅଛନ୍ତି। ସୁରକ୍ଷା ଦାୟିତ୍ବରେ ଏନ୍ଏସଜି କମାଣ୍ଡୋ ମୁତୟନ ହୋଇଛନ୍ତି। କାଶ୍ମୀର ପୁଲିସ ଏବଂ ସିଆରପିଏଫ୍ ସମସ୍ତ ରାସ୍ତାରେ ମୁତୟନ ହୋଇଛନ୍ତି। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ଏନ୍ଏସଜି କମାଣ୍ଡୋଙ୍କୁ ବି ମୁତୟନ କରାଯାଇଛି। ଏସକେଆଇସିସି (ସେର ଏ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର)ରେ ଜି-୨୦ ବୈଠକ ହେଉଛି। ୬୦ ପ୍ରତିନିଧି ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ମାକ୍ରସ ଟିମ୍ ଡାଲ୍ ହ୍ରଦ ଜଗିବେ।




