ଶ୍ରୀକୃଷ୍ଣ ଜନ୍ମଭୂମି ମାମଲ, ଶାହି ଇଦଗାହ ପରିସରର ସର୍ଭେ ପାଇଁ ମଂଜୁରି ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମଥୁରାରେ ଶ୍ରୀ କୃଷ୍ଣ ଜନ୍ମଭୂମି ମନ୍ଦିର ପାଖରେ ଥିବା ଶାହି ଇଦଗାହ ପରିସରର ପ୍ରାଥମିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆଡଭୋକେଟ କମିସନରଙ୍କ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ଏଥିପାଇଁ ମଂଜୁରି ପ୍ରଦାନ କରିଛନ୍ତି। ସର୍ଭେର ତରିକା ସଂକ୍ରାନ୍ତରେ ଡିସେମ୍ବର ୧୮ରେ ନିଷ୍ପତ୍ତି ନିଆଯିବ। ଡିସେମ୍ବର ୧୮ ତାରିଖରେ କୋର୍ଟ ଏହି ମାମଲାରେ ପୁଣିଥରେ ଶୁଣାଣି ଆରମ୍ଭ କରିବେ ଏବଂ ଏହିଦିନ ସର୍ଭେର ତରିକା ସଂକ୍ରାନ୍ତରେ ନିଷ୍ପତ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମଥୁରାରେ ଶ୍ରୀ କୃଷ୍ଣ ଜନ୍ମଭୂମି ମନ୍ଦିର ପାଖରେ ଥିବା ଶାହି ଇଦଗାହ ପରିସରର ପ୍ରାଥମିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆଡଭୋକେଟ କମିସନରଙ୍କ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ଏଥିପାଇଁ ମଂଜୁରି ପ୍ରଦାନ କରିଛନ୍ତି। ସର୍ଭେର ତରିକା ସଂକ୍ରାନ୍ତରେ ଡିସେମ୍ବର ୧୮ରେ ନିଷ୍ପତ୍ତି ନିଆଯିବ। ଡିସେମ୍ବର ୧୮ ତାରିଖରେ କୋର୍ଟ ଏହି ମାମଲାରେ ପୁଣିଥରେ ଶୁଣାଣି ଆରମ୍ଭ କରିବେ ଏବଂ ଏହିଦିନ ସର୍ଭେର ତରିକା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ ଶାହି ଇଦଗାହ ମସଜିଦର ସର୍ଭେ ସଂକ୍ରାନ୍ତ ସେମାନଙ୍କ ଦାବି ଓ ଆବେଦନକୁ ସ୍ବୀକୃତି ଦେଇଛନ୍ତି। ଶାହି ଇଦଗାହ ମସଜିଦ ପରିସର ପକ୍ଷର ଯୁକ୍ତିକୁ କୋର୍ଟ ଖଣ୍ଡନ କରିଛନ୍ତି। ଶାହି ଇଦଗାହ ମସଜିଦରେ ହିନ୍ଦୁ ମନ୍ଦିରର ଅନେକ ସଙ୍କେତ ଥିବାରୁ ହିନ୍ଦୁ ପକ୍ଷ ଏହି ମସଜିଦର ସର୍ବେକ୍ଷଣ ଦାବି କରିଥିଲେ। ଜଷ୍ଟିସ ମୟଙ୍କ କୁମାର ଜୈନ ଏହି ଆବେଦନ ଉପରେ ରାୟକୁ ଆସନ୍ତା ନଭେମ୍ବର ୧୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Tags: