ଶୋଇଥିବା ବେଳେ ସାପ କାମୁଡ଼ିଦେଲା, ଗୋଟିଏ ପରିବାରର ୨ ମୃତ , ଜଣେ ଗୁରୁତର

ଭୋପାଳ : ମଧ୍ୟପ୍ରଦେଶର ଭିଣ୍ଡରେ ଆଜି ଏକ ଅଘଟଣ ଘଟିଯାଇଛି। ସାପ କାମୁଡ଼ାରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ଶୋଇଥିବା ସମୟ‌ରେ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା ଫଳରେ ସେମାନଙ୍କର ମୃତ୍ୟୁ ‌ହୋଇଯାଇଛି। ପରିବାରର ଅନ୍ୟ ଜଣେ ସଦସ୍ୟ କ୍ରୀଷ୍ଣାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି ରାଧା (୩୪), ତାଙ୍କ ଝିଅ ୟେଶା (୧୨) ଏବଂ ପୁଅ କ୍ରୀଷ୍ଣା । ସାପ କାମୁଡ଼ିଥିବା ଜାଣିବାପରେ ପରିବାରର ସମସ୍ତ ସଦସ୍ୟ […]

Samaya Live Picture
Published On

ଭୋପାଳ : ମଧ୍ୟପ୍ରଦେଶର ଭିଣ୍ଡରେ ଆଜି ଏକ ଅଘଟଣ ଘଟିଯାଇଛି। ସାପ କାମୁଡ଼ାରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସେମାନେ ଶୋଇଥିବା ସମୟ‌ରେ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା ଫଳରେ ସେମାନଙ୍କର ମୃତ୍ୟୁ ‌ହୋଇଯାଇଛି। ପରିବାରର ଅନ୍ୟ ଜଣେ ସଦସ୍ୟ କ୍ରୀଷ୍ଣାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି ରାଧା (୩୪), ତାଙ୍କ ଝିଅ ୟେଶା (୧୨) ଏବଂ ପୁଅ କ୍ରୀଷ୍ଣା । ସାପ କାମୁଡ଼ିଥିବା ଜାଣିବାପରେ ପରିବାରର ସମସ୍ତ ସଦସ୍ୟ ନିକଟସ୍ଥ ଏକ ଗ୍ରାମକୁ ଝଡ଼ାଫୁଙ୍କା ପାଇଁ ଯାଇଥିଲେ। କିନ୍ତୁ ସେଠାରେ ସେମାନଙ୍କ ଜୀବନ ଚାଲି ଯାଇଥିଲା। କ୍ରୀଷ୍ଣାକୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅଛି। ଡାକ୍ତର କହିଛନ୍ତି, ଉକ୍ତ ପରିବାର ସଦସ୍ୟ ଝଡ଼ାଫୁଙ୍କାରେ ମୂଲ୍ୟବାନ ସମୟ ନଷ୍ଟ କରିଦେଇଛନ୍ତି।

Tags: