ଶୋଇଥିବା ବେଳେ ଘର ଜଳିଗଲା, ଗୋଟିଏ ପରିବାରର ୬ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ : ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ସମୟରେ ଜଣଙ୍କ ଘରେ ନିଆଁ ଲାଗିଯିବାରୁ ପୂରା ପରିବାରର ୬ ଜଣ ସଦସ୍ୟ ମରି ଯାଇଛନ୍ତି। ଜଣେ ମହିଳା ଏବଂ ତାଙ୍କ ୫ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ସେମାନେ ଶୋଇଥିବା ସମୟରେ ଏହି ଅଘଟଣ ଘଟିଯାଇଛି। ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। କୁଶିନଗର ଜିଲ୍ଲା ଅଧୀନସ୍ଥ ରାମକୋଲାରେ ଏହି ଘଟଣା ଘଟିଛି। ମହିଳାଙ୍କ ଚାଳିଆ‌ରେ ନିଆଁ ଲାଗି ଯାଇଥିବା […]

Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ସମୟରେ ଜଣଙ୍କ ଘରେ ନିଆଁ ଲାଗିଯିବାରୁ ପୂରା ପରିବାରର ୬ ଜଣ ସଦସ୍ୟ ମରି ଯାଇଛନ୍ତି। ଜଣେ ମହିଳା ଏବଂ ତାଙ୍କ ୫ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବୁଧବାର ରାତିରେ ସେମାନେ ଶୋଇଥିବା ସମୟରେ ଏହି ଅଘଟଣ ଘଟିଯାଇଛି। ଅଗ୍ନିକାଣ୍ଡର କାରଣ କ’ଣ ଜଣାପଡ଼ିନି। କୁଶିନଗର ଜିଲ୍ଲା ଅଧୀନସ୍ଥ ରାମକୋଲାରେ ଏହି ଘଟଣା ଘଟିଛି। ମହିଳାଙ୍କ ଚାଳିଆ‌ରେ ନିଆଁ ଲାଗି ଯାଇଥିବା ଦେଖି ଲୋକମାନେ ହୋହଲ୍ଲା କରିଥିଲେ। ସେମାନେ ଜଳି ଯାଉଥିବା ଘରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି।

Tags: