ଶେଷ ହେଲା ଜି-୨୦ ସମ୍ମିଳନୀ , ବ୍ରାଜିଲକୁ ଅଧ୍ୟକ୍ଷତା ଦାୟିତ୍ବ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଚାଲିଥିବା ୨ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ସମ୍ମିଳନୀ ଶେଷରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଭାରତର ଅଧ୍ୟକ୍ଷତା ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଜି-୨୦ ରାଷ୍ଟ୍ରମାନଙ୍କ ୧୯ତମ ସମ୍ମିଳନୀ ୨୦୨୪ରେ ରିଓ ଡେ ଜାନେଇରୋରେ ଅନୁଷ୍ଠିତ ହେବ। ବ୍ରାଜିଲ୍ ଆସନ୍ତା ଡିସେମ୍ବର ୧ , ୨୦୨୩ରେ ସରକାରୀ ଭାବେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ। ଏହି ଅବସରରେ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଚାଲିଥିବା ୨ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ସମ୍ମିଳନୀ ଶେଷରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଭାରତର ଅଧ୍ୟକ୍ଷତା ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଜି-୨୦ ରାଷ୍ଟ୍ରମାନଙ୍କ ୧୯ତମ ସମ୍ମିଳନୀ ୨୦୨୪ରେ ରିଓ ଡେ ଜାନେଇରୋରେ ଅନୁଷ୍ଠିତ ହେବ। ବ୍ରାଜିଲ୍ ଆସନ୍ତା ଡିସେମ୍ବର ୧ , ୨୦୨୩ରେ ସରକାରୀ ଭାବେ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ। ଏହି ଅବସରରେ ଲୁଲା ଆଜି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ ଆଜି ତୃତୀୟ ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା ହସ୍ତାନ୍ତରର ପ୍ରତୀକ ଭାବେ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଏକ ଗାଭେଲ ହସ୍ତାନ୍ତର କରିଛନ୍ତି।




