ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ , ୧ରେ ଭୋଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। କଂଗ୍ରେସ, ବିଜେପି ସମେତ ସମସ୍ତ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ମାରାଥନ୍ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଶକ୍ତି ଖଟାଇ ଦେଇଛନ୍ତି। ପ୍ରବଳ ତାତି ସତ୍ତ୍ବେ ଦଳର ନେତାମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର ଜାରି ରଖିଛନ୍ତି। ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ […]

Samaya Live Picture
Published On

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ। କଂଗ୍ରେସ, ବିଜେପି ସମେତ ସମସ୍ତ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ମାରାଥନ୍ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଶକ୍ତି ଖଟାଇ ଦେଇଛନ୍ତି। ପ୍ରବଳ ତାତି ସତ୍ତ୍ବେ ଦଳର ନେତାମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର ଜାରି ରଖିଛନ୍ତି। ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ଭୋଟର୍ମାନେ ମତାଧିକାର ସାବ୍ୟସ୍ତ କରିବେ। ଉତ୍ତରପ୍ରଦେଶର ୧୩, ବିହାରରେ ୮, ପଞ୍ଜାବରେ ୧୩, ଝାଡ଼ଖଣ୍ଡରେ ୩, ଚଣ୍ଡିଗଡ଼ରେ ୧, ପଶ୍ଚିମବଙ୍ଗରେ ୯, ଓଡ଼ିଶାର ୬ ଏବଂ ହିମାଚଳ ପ୍ରଦେଶରେ ୪ ଆସନରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରପ୍ରଦେଶର କୁଶୀନଗର, ସାଲେମପୁର ଏବଂ ଚାନ୍ଦୌଲିରେ ପ୍ରଚାର କରିଥିବା ବେଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଲିଆ, ଘୋସି ଏବଂ ବାରାଣସୀରେ ବିଭିନ୍ନ ରାଲିରେ ଉଦ୍ବୋଧନ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବାରାଣସୀରେ ପ୍ରଚାର କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କଙ୍ଗରା, ଚମ୍ବା ଏବଂ ଶାହପୁର ଗସ୍ତ କରି ବିଭିନ୍ନ ଜନସଭାରେ ଉଦ୍ବୋଧନ ଦେଇଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଗାଜିପୁର ଓ ଚନ୍ଦୌଲିରେ ପ୍ରଚାର କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରା, ପାଟଳିପୁତ୍ର ଓ ପାଟନା ସାହିବରେ ନିର୍ବାଚନୀ ସଭା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ହିଲ୍ସାରେ ରୋଡ୍ ସୋ’ କରିଛନ୍ତି। ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଜେହାନାବାଦ, ପାଲିଗଞ୍ଜ ଏବଂ ଜଗଦୀଶପୁରରେ ପ୍ରଚାର କରିଛନ୍ତି। ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫୦ରୁ ଅଧିକ ରାଲି କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ହାଇ ଭୋଲ୍ଟେଜ୍ ପ୍ରଚାର ଜାରି ରଖିଛନ୍ତି।

Tags: