ଶେଖ୍ ହାସିନାଙ୍କ ପୈତୃକ ଘର ଜାଳିଦେଲେ ଦଙ୍ଗାକାରୀ
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗତକାଲି ରାତିରେ ଏକ ଅନଲାଇନ୍ ଅଭିଭାଷଣ ଦେଉଥିବା ବେଳେ ଦଙ୍ଗାକାରୀମାନେ ଢାକାସ୍ଥିତ ତାଙ୍କ ପୈତୃକ ବାସଭବନ ତଥା ବାଂଲାଦେଶ ପ୍ରତିଷ୍ଠାତା ଶେଖ୍ ମୁଜିବୁର ରହମାନଙ୍କ ବାସଭବନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ହସିନା ରାତି ୯ଟାରେ ଅଭିଭାଷଣ ଦେବା ଆରମ୍ଭ କରିବାମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା ଏବଂ ହଜାର ହଜାର ଉଗ୍ର ଜନତା ସୋସିଆଲ ମିଡିଆରେ ‘ବୁଲଡୋଜର ଶୋଭାଯାତ୍ରା’ ଡାକରା ଦେଇ ମୁଜିବୁର ଭବନକୁ […]
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଗତକାଲି ରାତିରେ ଏକ ଅନଲାଇନ୍ ଅଭିଭାଷଣ ଦେଉଥିବା ବେଳେ ଦଙ୍ଗାକାରୀମାନେ ଢାକାସ୍ଥିତ ତାଙ୍କ ପୈତୃକ ବାସଭବନ ତଥା ବାଂଲାଦେଶ ପ୍ରତିଷ୍ଠାତା ଶେଖ୍ ମୁଜିବୁର ରହମାନଙ୍କ ବାସଭବନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ହସିନା ରାତି ୯ଟାରେ ଅଭିଭାଷଣ ଦେବା ଆରମ୍ଭ କରିବାମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା ଏବଂ ହଜାର ହଜାର ଉଗ୍ର ଜନତା ସୋସିଆଲ ମିଡିଆରେ ‘ବୁଲଡୋଜର ଶୋଭାଯାତ୍ରା’ ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ। ବ୍ୟାପକ ଭଙ୍ଗାରୁଜା ପରେ ଦଙ୍ଗାକାରୀମାନେ ସମଗ୍ର ଭବନରେ ନିଆଁ ଲଗାଇ ଦେଇଥିଲେ। ଅୱାମୀ ଲିଗ୍ର ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ହସିନା ଦେଶବାସୀଙ୍କୁ ବର୍ତ୍ତମାନର ସରକାର ବିରୋଧରେ ପ୍ରତିରୋଧ ସଂଗଠିତ କରିବାକୁ ଭିଡିଓ ଲାଇଭ୍ ମାଧ୍ୟମରେ ଆହ୍ବାନ ଦେଇଥିଲେ। ହସିନା କହିଛନ୍ତି, ସେମାନେ ଏକ କୋଠା ଭାଙ୍ଗିପାରିବେ, କିନ୍ତୁ ଇତିହାସ ନୁହେଁ। ସେମାନେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ। ବାଂଲାଦେଶରେ ଏବେ ଯେଉଁ ଅନ୍ଧକାର ଘୋଟିଛି ଦିନେ ଏହାର ପରିସମାପ୍ତି ହେବ ବୋଲି ସେ କହିଛନ୍ତି।




