ଶେଖ୍ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି
ନୂଆଦିଲ୍ଲୀ: ଅଗଷ୍ଟରୁ ଦେଶ ଛାଡ଼ି ଭାରତ ଚାଲି ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବେ ସ୍ବଦେଶ ଫେରିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି । କାରଣ ବାଂଲା କୋର୍ଟ ପୁଣି ଥରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଏହା ପରେ ସେ ନିଜ ଦେଶକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏନେଇ ଶେଖ୍ ହସିନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି। ଅଭିଯୋଗ ଅନୁସାରେ, ଭାରତରେ ଆଶ୍ରୟ […]
ନୂଆଦିଲ୍ଲୀ: ଅଗଷ୍ଟରୁ ଦେଶ ଛାଡ଼ି ଭାରତ ଚାଲି ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବେ ସ୍ବଦେଶ ଫେରିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି । କାରଣ ବାଂଲା କୋର୍ଟ ପୁଣି ଥରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଏହା ପରେ ସେ ନିଜ ଦେଶକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏନେଇ ଶେଖ୍ ହସିନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି। ଅଭିଯୋଗ ଅନୁସାରେ, ଭାରତରେ ଆଶ୍ରୟ ନେଇଥିବା ହସିନାଙ୍କ ବିରୋଧରେ ଲୋକଙ୍କୁ ହତ୍ୟା ଭଳି ସାଙ୍ଘାତିକ ଅଭିଯୋଗ ଅଛି । ଅଭିଯୋଗ କୋର୍ଟରେ ପହଞ୍ଚିବା ପରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ ବ୍ୟାପକ ପୋଡ଼ାଜଳା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆନ୍ଦୋଳନକାରୀମାନେ ଧସେଇ ପଶିଥିଲେ । ଏମିତିକି ବାଂଲାର ଆର୍ମି ହସିନାଙ୍କୁ ମାତ୍ର ୪୦ ମିନିଟ୍ର ସମୟ ଦେଇଥିବା କୁହାଯାଉଥିଲା । ସ୍ଥିତି ଅଣାୟତ୍ତ ହେଉଥିବା ଦେଖିବା ପରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ଚାଲିଆସିଥିଲେ ହସିନା । ଅବଶ୍ୟ ପରବର୍ତ୍ତୀ ସମୟରେ, ହସିନା ବ୍ରିଟେନ୍ ଓ ଋଷିଆ ଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଭିସା ନମିଳିବାରୁ ସେ ଭାରତରେ ହିଁ ରହିଲେ । କିନ୍ତୁ ଏହା ପରେ ବି ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ବିରୋଧରେ ରୁଜୁ ହେବାରେ ଲାଗିଛି । ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ(ଆସିଟି)ର ମୁଖ୍ୟ ଆଇନଜୀବୀ ତଜୁଲ ଇସଲାମ କହିଛନ୍ତି, ବଳପୂର୍ବକ ଲୋକଙ୍କୁ ଗାଏବ କରିବା ମାମଲାରେ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି ।




