ଶେଖ୍ ହସିନାଙ୍କୁ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହେବ !

ଢାକା: ବାଂଲାଦେଶ ପୁଲିସର ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ୧୨ ଜଣଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍ ଜାରି କରିବା ପାଇଁ ପଦକ୍ଷେପ ନେବାକୁ ଇଣ୍ଟରପୋଲକୁ ଅନୁରୋଧ କରିଛି। ୭୭ ବର୍ଷୀୟା ହସିନା ଗତ ବର୍ଷ ଅଗଷ୍ଟ ୫ ତାରିଖରୁ ଦେଶ ଛାଡ଼ି ଭାରତରେ ରହୁଛନ୍ତି। ଆୱାମୀ ଲିଗ୍‌ର ୧୬ ବର୍ଷର ଶାସନ ଅଚାନକ ବିଦ୍ରୋହ ଯୋଗୁଁ ପରିସମାପ୍ତି ହୋଇଥିଲା ଏବଂ ଏହାପରେ ହସିନା ବାଂଲାଦେଶ ଛାଡ଼ି ପଳାଇ ଆସିଥିଲେ। […]

ଶେଖ୍ ହସିନାଙ୍କୁ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହେବ !
Samaya Live Picture
Published On

ଢାକା: ବାଂଲାଦେଶ ପୁଲିସର ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ୧୨ ଜଣଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍ ଜାରି କରିବା ପାଇଁ ପଦକ୍ଷେପ ନେବାକୁ ଇଣ୍ଟରପୋଲକୁ ଅନୁରୋଧ କରିଛି। ୭୭ ବର୍ଷୀୟା ହସିନା ଗତ ବର୍ଷ ଅଗଷ୍ଟ ୫ ତାରିଖରୁ ଦେଶ ଛାଡ଼ି ଭାରତରେ ରହୁଛନ୍ତି। ଆୱାମୀ ଲିଗ୍‌ର ୧୬ ବର୍ଷର ଶାସନ ଅଚାନକ ବିଦ୍ରୋହ ଯୋଗୁଁ ପରିସମାପ୍ତି ହୋଇଥିଲା ଏବଂ ଏହାପରେ ହସିନା ବାଂଲାଦେଶ ଛାଡ଼ି ପଳାଇ ଆସିଥିଲେ। ଅଦାଲତ, ସରକାରୀ ଓକିଲ କିମ୍ବା ତଦନ୍ତକାରୀ ଏଜେନ୍ସିଙ୍କ ଆବେଦନ ଆଧାରରେ ଏନ୍‌ସିବି ଏଭଳି ଅନୁରୋଧ ପ୍ରକ୍ରିୟା କରିଥାଏ ବୋଲି ବରିଷ୍ଠ ପୁଲିସ ଅଧିକାରୀ ଏନାମୁଲ ହକ୍ ସାଗୋର କହିଛନ୍ତି। ଇଣ୍ଟରପୋଲ ବିଦେଶରେ ରହୁଥିବା ପଳାତକଙ୍କ ଠିକଣା ଜାଣିବାରେ ସାହାଯ୍ୟ କରିଥାଏ ଏବଂ ଏ ବାବଦରେ ନିଶ୍ଚିତ ହେବା ପରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରାଯାଏ ବୋଲି ସେ କହିଛନ୍ତି। ଅଗଷ୍ଟ ୮ ରେ ମହମ୍ମଦ ୟୁନୁସ୍ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିବାର କିଛି ସପ୍ତାହ ପରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ହସିନା ଏବଂ ଅନେକ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପରାମର୍ଶଦାତା ଏବଂ ସାମରିକ ଏବଂ ବେସାମରିକ ଅଧିକାରୀଙ୍କ ବିରୋଧରେ ‘ମାନବିକତା ବିରୋଧୀ ଅପରାଧ ଏବଂ ଗଣହତ୍ୟା’ ପାଇଁ ଗିରଫ ପରୱାନା ଜାରି କରିଥିଲା।

Tags: