ଶିଶୁକୁ ନେଇ ହସ୍‌ପିଟାଲ୍‌କୁ ଯାଉଥିବା ପରିବାର ୫ ସଦସ୍ୟ ଦୁର୍ଘଟଣାରେ ମୃତ

ନୋଏଡା: ନିଜର ୨ ବର୍ଷର ଅସୁସ୍ଥ ସନ୍ତାନକୁ ନେଇ ହସ୍‌ପିଟାଲ୍‌ ଯାଉଥିବା ବେଳେ ଏକ ପରିବାରର ୫ ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନଲେଜ୍‌ ପାର୍କ ନିକଟ ଗ୍ରେଟର ନୋଏଡା ଏକ୍ସପ୍ରେସ ହାଇୱେରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଦାଦ୍ରି କାଶୀରାମ କଲୋନି ବାସିନ୍ଦା ଦେବୀ ସିଂହଙ୍କ ପରିବାରର ଦୁଇବର୍ଷର ସନ୍ତାନର ଛାତିରେ ଯନ୍ତ୍ରଣା ହୋଇଥିଲା। ସେମାନେ ପ୍ରଥମେ ସେକ୍ଟର ୩୦ରେ ଥିବା ପେଡିଆଟ୍ରିକ୍‌ସ ଓ ପୋଷ୍ଟଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର […]

Samaya Live Picture
Published On

ନୋଏଡା: ନିଜର ୨ ବର୍ଷର ଅସୁସ୍ଥ ସନ୍ତାନକୁ ନେଇ ହସ୍‌ପିଟାଲ୍‌ ଯାଉଥିବା ବେଳେ ଏକ ପରିବାରର ୫ ସଦସ୍ୟଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନଲେଜ୍‌ ପାର୍କ ନିକଟ ଗ୍ରେଟର ନୋଏଡା ଏକ୍ସପ୍ରେସ ହାଇୱେରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଦାଦ୍ରି କାଶୀରାମ କଲୋନି ବାସିନ୍ଦା ଦେବୀ ସିଂହଙ୍କ ପରିବାରର ଦୁଇବର୍ଷର ସନ୍ତାନର ଛାତିରେ ଯନ୍ତ୍ରଣା ହୋଇଥିଲା। ସେମାନେ ପ୍ରଥମେ ସେକ୍ଟର ୩୦ରେ ଥିବା ପେଡିଆଟ୍ରିକ୍‌ସ ଓ ପୋଷ୍ଟଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ପରୀକ୍ଷା ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଗୁରୁତର ବୋଲି କହି ପରବର୍ତ୍ତୀ ଚିକିତ୍ସା ଅନ୍ୟ ହସ୍‌ପିଟାଲ୍‌ରେ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ପରିବାର ସଦସ୍ୟମାନେ ବ୍ୟସ୍ତବିବ୍ରତ ହୋଇ ଆଖପାଖର ବିଭିନ୍ନ ହସ୍‌ପିଟାଲ୍‌ ଘୂରି ବୁଲିଥିଲେ। ସେଠାରୁ ଦିଲ୍ଲୀ ଆସିବା ସମୟରେ ରାସ୍ତାକଡ଼ରେ ଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଗାଡ଼ି ଚାଳକ ଅମନ (୨୭)ର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ୪ ଜଣ- ଅମନଙ୍କ ପିତା ଦେବୀ ସିଂହ (୬୦), ରାଜକୁମାରୀ (୫୦), ବିମ‌ଳେଶ (୪୦), କମ‌ଳେଶ (୩୯)ଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନୋଏଡା ପିଜିଆଇରେ ଭର୍ତ୍ତି ହୋଇଥିବା ଦେବେଶ (୨)କୁ ତାଙ୍କର ସମ୍ପର୍କୀୟମାନେ ନେଇଯାଇଛନ୍ତି। ମୃତ ସମସ୍ତ ବ୍ୟକ୍ତି ଦିନ ମଜୁରିଆ ଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଓ ଶିଶୁଟିର ଚିକିତ୍ସା ନିମନ୍ତେ ଆବଶ୍ୟକ ସହାୟତା ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: