ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ଷ୍ଟ୍ରକ୍‌ଚରାଲ୍‌ କନସଲଟାଣ୍ଟ ଚେତନ ପାଟିଲ୍‌ ଗିରଫ

ମୁମ୍ବାଇ: ଗତ ସପ୍ତାହରେ ପ୍ରବଳ ବର୍ଷାପବନରେ ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ ଦୁର୍ଗରେ ସ୍ଥାପିତ ହୋଇଥିବା ୩୫ଫୁଟ ଉଚ୍ଚ ମହାରାଜା ଶିବାଜୀଙ୍କ ଫାଇବର ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିଲା। ଉଦ୍‌ଘାଟନର ୯ ମାସ ମଧ୍ୟରେ ମୂର୍ତ୍ତି ଭାଙ୍ଗିଯିବାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ମୁର୍ତ୍ତି ନିର୍ମାଣର ପରାମର୍ଶଦାତା (ଷ୍ଟ୍ରକ୍‌ଚରାଲ୍‌ କନ୍‌ସଲଟାଣ୍ଟ୍‌)ଙ୍କୁ ପୁଲିସ ଗିରଫ କରିଛି। କୋହ୍ଲାପୁର ଅପରାଧ ଶାଖା ଓ ମାଲଭାନ୍‌ ପୁଲିସର ଯୁଗ୍ମ ଚଢ଼ଉରେ କୋହ୍ଲାପୁରରୁ କନ୍‌ସଲଟାଣ୍ଟ ଚେତନ ପାଟିଲ୍‌ଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହାପୂର୍ବରୁ […]

Samaya Live Picture
Published On

ମୁମ୍ବାଇ: ଗତ ସପ୍ତାହରେ ପ୍ରବଳ ବର୍ଷାପବନରେ ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ ଦୁର୍ଗରେ ସ୍ଥାପିତ ହୋଇଥିବା ୩୫ଫୁଟ ଉଚ୍ଚ ମହାରାଜା ଶିବାଜୀଙ୍କ ଫାଇବର ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିଲା। ଉଦ୍‌ଘାଟନର ୯ ମାସ ମଧ୍ୟରେ ମୂର୍ତ୍ତି ଭାଙ୍ଗିଯିବାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଏହି ଘଟଣାରେ ମୁର୍ତ୍ତି ନିର୍ମାଣର ପରାମର୍ଶଦାତା (ଷ୍ଟ୍ରକ୍‌ଚରାଲ୍‌ କନ୍‌ସଲଟାଣ୍ଟ୍‌)ଙ୍କୁ ପୁଲିସ ଗିରଫ କରିଛି। କୋହ୍ଲାପୁର ଅପରାଧ ଶାଖା ଓ ମାଲଭାନ୍‌ ପୁଲିସର ଯୁଗ୍ମ ଚଢ଼ଉରେ କୋହ୍ଲାପୁରରୁ କନ୍‌ସଲଟାଣ୍ଟ ଚେତନ ପାଟିଲ୍‌ଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଚେତନ ଖଣ୍ଡନ କରିଥିଲେ। ସେ ଏହି ନିର୍ମାଣର ପରାମର୍ଶଦାତା ନୁହନ୍ତି ବରଂ ମୂର୍ତ୍ତି ପାଇଁ ନିର୍ମାଣ କରାଯାଇଥିବା ଭିତ୍ତିଭୂମି ନିର୍ମାଣ ଦାୟିତ୍ବରେ ଥିଲେ ବୋଲି କହିଥିଲେ। ସୂଚନାଯୋଗ୍ୟ, ଭାରତୀୟ ନୌସେନା ମୂର୍ତ୍ତି ନିର୍ମାଣ ପ୍ରକଳ୍ପର ପରିଚାଳନା କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ। ଏହାର ପ୍ରତିକ୍ରିୟାରେ ଭାରତୀୟ ନୌସେନା ସ୍ପଷ୍ଟୀକରଣ ଦେଇଛି ଯେ ରାଜ୍ୟ ସରକାରଙ୍କ ସହ ସମନ୍ବୟରେ ଏହି ପ୍ରକଳ୍ପ କରାଯାଇଥିଲା। ଏହାର ତୁରନ୍ତ ମରାମତି, ପୁନଃ ନିର୍ମାଣ ଓ ପୁନଃ ସ୍ଥାପନା ନିମନ୍ତେ ଯେଉଁ ଭଳି ସହୟତା ଆବଶ୍ୟକ ତାହା ଯୋଗାଇବାକୁ ନୌସେନା ପ୍ରତିଶ୍ରୁତିବଦ୍ଧ।

Tags: