ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ସ୍ଥପତି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ସିନ୍ଧୁଦୁର୍ଗ: ମହାରାଷ୍ଟ୍ରୀ ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ତଦନ୍ତ ଜାରି ରହିଛି। ପ୍ରତିମୂର୍ତ୍ତି ଭୁଣୁଡ଼ିବା ଘଟଣାରେ କଲ୍ୟାଣର ସ୍ଥପତି ଜୟଦେବ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କ ନାଁରେ ମାମଲା ରୁଜୁ ସୋମବାର ରାଜକୋଟ ଫୋର୍ଟରେ ଥିବା ପ୍ରତିମୂର୍ତ୍ତିଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ବିବାଦ ଲାଗି ରହିଛି। ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। […]

Samaya Live Picture
Published On

ସିନ୍ଧୁଦୁର୍ଗ: ମହାରାଷ୍ଟ୍ରୀ ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ତଦନ୍ତ ଜାରି ରହିଛି। ପ୍ରତିମୂର୍ତ୍ତି ଭୁଣୁଡ଼ିବା ଘଟଣାରେ କଲ୍ୟାଣର ସ୍ଥପତି ଜୟଦେବ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କ ନାଁରେ ମାମଲା ରୁଜୁ ସୋମବାର ରାଜକୋଟ ଫୋର୍ଟରେ ଥିବା ପ୍ରତିମୂର୍ତ୍ତିଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହାକୁ ନେଇ ବିବାଦ ଲାଗି ରହିଛି। ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ୨୦୨୩ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ସୋମବାର ଭୁଶୁଡ଼ି ପଡ଼ିଥିଲା। ଏବେ ମାଲଭାନ ପୁଲିସ୍‌ ପୂର୍ତ୍ତ ବିଭାଗର ଅଭିଯୋଗ ଆଧାରରେ ଏତଲା ରୁଜୁ କରିଛି। ସିନ୍ଧୁଦୁର୍ଗ ଏସ୍‌ପି ସୌରଭ କୁମାର ଅଗ୍ରୱାଲ କହିଛନ୍ତି, “ଫରେନ୍ସି ଟିମ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି। ଭୁଶୁଡ଼ିବାର କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ। ତେବେ ଏହି ଘଟଣାରେ ଏଯାଏ କୌଣସି ଗିରଫଦାରୀ ହୋଇନି। ପ୍ରଥମେ ତଦନ୍ତକାରୀ ଟିମ ସବୁ ଦସ୍ତାବିଜ ଦେଖିବ ଓ ଫରେନ୍ସିକ ରିପୋର୍ଟକୁ ଯାଞ୍ଚ କରିବ। ଏହାପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ।”

Tags: