ଶିବସେନା ଏବଂ ବିଜେପି ସବୁ ନିର୍ବାଚନ ଏକାଠି ଲଢ଼ିବେ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ମୁମ୍ବାଇ : ଶିବସେନା ଏବଂ ବିଜେପି ସବୁ ନିର୍ବାଚନ ଏକାଠି ଲଢ଼ିବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଘୋଷଣା କରିଛନ୍ତି। ପୌର ନିର୍ବାଚନ ସମେତ ଆଗକୁ ଆସୁଥିବା ସମସ୍ତ ନିର୍ବାଚନ ଶିବସେନା ଏବଂ ବିଜେପି ଏକାଠି ଲଢ଼ିବେ। ମହାରାଷ୍ଟ୍ରରେ ଏବେ ବିଜେପି ଏବଂ ଶିବସେନା କ୍ଷମତାରେ ଅଛନ୍ତି। ସିନ୍ଦେ କହିଛନ୍ତି, ସେ ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ରବିବାର ରାତିରେ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି […]
ମୁମ୍ବାଇ : ଶିବସେନା ଏବଂ ବିଜେପି ସବୁ ନିର୍ବାଚନ ଏକାଠି ଲଢ଼ିବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି ଘୋଷଣା କରିଛନ୍ତି। ପୌର ନିର୍ବାଚନ ସମେତ ଆଗକୁ ଆସୁଥିବା ସମସ୍ତ ନିର୍ବାଚନ ଶିବସେନା ଏବଂ ବିଜେପି ଏକାଠି ଲଢ଼ିବେ। ମହାରାଷ୍ଟ୍ରରେ ଏବେ ବିଜେପି ଏବଂ ଶିବସେନା କ୍ଷମତାରେ ଅଛନ୍ତି। ସିନ୍ଦେ କହିଛନ୍ତି, ସେ ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ରବିବାର ରାତିରେ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ବିଜେପି ଏବଂ ଶିବସେନା ଲୋକସଭା, ବିଧାନସଭା ଏବଂ ଏପରିକି ପୌର ନିର୍ବାଚନ ମଧ୍ୟ ଏକାଠି ଲଢ଼ିବେ। ମୁଖ୍ୟମନ୍ତ୍ରୀ ସିନ୍ଦେ ଆଜି ଶାହଙ୍କ ସହ ବୈଠକ ଫଟୋ ଟ୍ବିଟ୍ କରିବା ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସେମାନେ ନିର୍ବାଚନ ଜିତିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି।




