ଶିବରାତ୍ରୀ ଉତ୍ସବ ବେଳେ ଗୋଦାବରୀ ନଦୀରେ ବୁଡ଼ିଯାଇ ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା‌ରେ ମହାଶିବରାତ୍ରୀ ଉତ୍ସବ ପାଳନ ସମୟରେ ବଡ଼ ଅଘଟଣ ଘଟିଯାଇଛି। ଶିବରାତ୍ରୀ ଉତ୍ସବ ପାଳନ ସମୟରେ ଗୋଦାବରୀ ନଦୀରେ ବୁଡ଼ି ଯାଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୂର୍ବ ଗୋଦାବରୀ ଜିଲ୍ଲାର ତଲ୍ଲାପୁଡ଼ି ମଣ୍ଡଳ ଅଧୀନସ୍ଥ ତାଡ଼ିପୁଡ଼ି ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ଶିବରାତ୍ରୀ ପାଇଁ ନିକଟସ୍ଥ ମନ୍ଦିର ଯିବା ପୂର୍ବରୁ ୧୨ ଜଣ ବ୍ୟକ୍ତି ନଦୀ ମଧ୍ୟକୁ ଗାଧୋଇବା ପାଇଁ ପଶିଥିଲେ। କିନ୍ତୁ ପ୍ରଖର ସୁଅରେ ସେମାନଙ୍କ […]

ଶିବରାତ୍ରୀ ଉତ୍ସବ ବେଳେ ଗୋଦାବରୀ ନଦୀରେ ବୁଡ଼ିଯାଇ ୫ ଜଣଙ୍କ ମୃତ୍ୟୁ
Samaya Live Picture
Published On

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା‌ରେ ମହାଶିବରାତ୍ରୀ ଉତ୍ସବ ପାଳନ ସମୟରେ ବଡ଼ ଅଘଟଣ ଘଟିଯାଇଛି। ଶିବରାତ୍ରୀ ଉତ୍ସବ ପାଳନ ସମୟରେ ଗୋଦାବରୀ ନଦୀରେ ବୁଡ଼ି ଯାଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୂର୍ବ ଗୋଦାବରୀ ଜିଲ୍ଲାର ତଲ୍ଲାପୁଡ଼ି ମଣ୍ଡଳ ଅଧୀନସ୍ଥ ତାଡ଼ିପୁଡ଼ି ଗ୍ରାମରେ ଏହି ଘଟଣା ଘଟିଛି। ପୁଲିସ ଅନୁଯାୟୀ ଶିବରାତ୍ରୀ ପାଇଁ ନିକଟସ୍ଥ ମନ୍ଦିର ଯିବା ପୂର୍ବରୁ ୧୨ ଜଣ ବ୍ୟକ୍ତି ନଦୀ ମଧ୍ୟକୁ ଗାଧୋଇବା ପାଇଁ ପଶିଥିଲେ। କିନ୍ତୁ ପ୍ରଖର ସୁଅରେ ସେମାନଙ୍କ ମଧ୍ୟରୁ ୫ ଜଣ ଭାସିଗଲେ। ଅନ୍ୟ ୭ ଜଣ ସୁରକ୍ଷିତ ଭାବେ କୂଳରେ ପହଞ୍ଚି ଯାଇଥିଲେ। ଏସ୍‌ଡିଆରଏଫ୍‌, ପୁଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସମେତ ଉଦ୍ଧାରକାରୀ ଦଳ ଏଯାବତ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଅନ୍ୟ ୨ ଜଣଙ୍କୁ ପାଇବାପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ପ୍ରାୟ ସମସ୍ତ ମୃତକଙ୍କ ବୟସ ୨୦ ବର୍ଷରୁ କମ୍‌।

Tags: