ଶିବରାଜ ଚୌହାନଙ୍କ ସିଟ୍‌ ଅଭିଯୋଗ ପରେ ଏୟାର ଇଣ୍ଡିଆ ସହ ବୈଠକ ଡାକିଲେ ଡିଜିସିଏ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିକଟରେ ଭ‌ୋପାଳରୁ ଦିଲ୍ଲୀକୁ ଯାତ୍ରା ସମୟରେ ଭଙ୍ଗା ସିଟ୍‌ରେ ବସିଥିଲେ ଏବଂ ଏଥିପାଇଁ ତାଙ୍କୁ ଅସହଜ ଲାଗିଥିବା ଅଭିଯୋଗ କରିଥିଲେ। ଏନେଇ ଡିଜିସିଏ ( ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ଏୟାର ଇଣ୍ଡିଆ ସହ ବୈଠକ ଡାକିଛନ୍ତି। ଆସନ୍ତା ସୋମବାର ଏହି ବୈଠକ ହେବ। ମିଳିଥିବା ସୂଚନାନୁଯାୟୀ ଏୟାର ଇଣ୍ଡିଆ ଏହି ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁଯାୟୀ ଆସନ ଭଙ୍ଗାନଥିଲା। ବିମାନର ଓଜନ […]

ଶିବରାଜ ଚୌହାନଙ୍କ ସିଟ୍‌ ଅଭିଯୋଗ ପରେ ଏୟାର ଇଣ୍ଡିଆ ସହ ବୈଠକ ଡାକିଲେ ଡିଜିସିଏ
Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିକଟରେ ଭ‌ୋପାଳରୁ ଦିଲ୍ଲୀକୁ ଯାତ୍ରା ସମୟରେ ଭଙ୍ଗା ସିଟ୍‌ରେ ବସିଥିଲେ ଏବଂ ଏଥିପାଇଁ ତାଙ୍କୁ ଅସହଜ ଲାଗିଥିବା ଅଭିଯୋଗ କରିଥିଲେ। ଏନେଇ ଡିଜିସିଏ ( ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ଏୟାର ଇଣ୍ଡିଆ ସହ ବୈଠକ ଡାକିଛନ୍ତି। ଆସନ୍ତା ସୋମବାର ଏହି ବୈଠକ ହେବ। ମିଳିଥିବା ସୂଚନାନୁଯାୟୀ ଏୟାର ଇଣ୍ଡିଆ ଏହି ଘଟଣା ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁଯାୟୀ ଆସନ ଭଙ୍ଗାନଥିଲା। ବିମାନର ଓଜନ ହାଲୁକା ରଖିବାପାଇଁ ଚେୟାରରେ କମ୍‌ ଓଜନର କୁସନ୍‌ ବ୍ୟବହାର ହୋଇଥିବାରୁ ଏଥିଯୋଗୁଁ ଏହା ଦବିଯିବା ଭଳି ଲାଗିଥିବ। କିନ୍ତୁ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଆଯାଇଥିବା ସିଟ୍‌ ଭଲଭାବେ ଚେକ୍‌ କରାଯାଇଥିଲା ଏବଂ ଏହା ଆଦୌ ଭଙ୍ଗା ନଥିଲା ବୋଲି ଏୟାର ଇଣ୍ଡିଆ କହିଛି।

Tags: