ଶିକ୍ଷା ବିଭାଗକୁ ବନ୍ଦ କରିବା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କଲେ ଡୋନାଲ୍ଡ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଆମେରିକାର ଶିକ୍ଷା ବିଭାଗକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ଫେବ୍ରୁଆରି ମାସରେ ଟ୍ରମ୍ପ ଫେଡେରାଲ ଡିପାର୍ଟମେଣ୍ଟ ଅଫ୍ ଏଜୁକେସନକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କଂଗ୍ରେସ କୌଣସି ପଦକ୍ଷେପ ନେଇ ନ ଥିଲା। ଟ୍ରମ୍ପ ଶିକ୍ଷା ବିଭାଗକୁ ଉଦାରବାଦୀ ବିଚାରଧାରା ଦ୍ୱାରା ପ୍ରଦୂଷିତ […]
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଆମେରିକାର ଶିକ୍ଷା ବିଭାଗକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ଫେବ୍ରୁଆରି ମାସରେ ଟ୍ରମ୍ପ ଫେଡେରାଲ ଡିପାର୍ଟମେଣ୍ଟ ଅଫ୍ ଏଜୁକେସନକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଏହାକୁ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କଂଗ୍ରେସ କୌଣସି ପଦକ୍ଷେପ ନେଇ ନ ଥିଲା।
ଟ୍ରମ୍ପ ଶିକ୍ଷା ବିଭାଗକୁ ଉଦାରବାଦୀ ବିଚାରଧାରା ଦ୍ୱାରା ପ୍ରଦୂଷିତ ବୋଲି ସମାଲୋଚନା କରିଥିବା ବେଳେ ୧୯୭୯ ମସିହାରେ ଏହି ବିଭାଗ ଗଠନ କରିଥିବା କଂଗ୍ରେସର ହସ୍ତକ୍ଷେପ ବିନା ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରାୟତଃ ଅସମ୍ଭବ। ରିପବ୍ଲିକାନମାନେ ଏହାର ଉଚ୍ଛେଦ ପାଇଁ ଆଇନ ପ୍ରଣୟନ କରିବେ ବୋଲି କହିଥିବା ବେଳେ ଡେମୋକ୍ରାଟମାନେ ଏହାକୁ ବିରୋଧ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶିକ୍ଷା ବିଭାଗକୁ କିପରି ବନ୍ଦ କରାଯିବ ସେ ବିଷୟରେ କୌଣସି ବିସ୍ତୃତ ବିବରଣୀ ଦିଆଯାଇନାହିଁ, ଯଦିଓ ହ୍ୱାଇଟ୍ ହାଉସ୍ କହିଛି ଯେ ଏଜେନ୍ସି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବଜାୟ ରଖିବ। ନିମ୍ନ ଆୟକାରୀ ବିଦ୍ୟାଳୟ, ଗରିବ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ ଅର୍ଥ ଯୋଗାଣକୁ ବଜାୟ ରଖି ଏହି ବିଭାଗର ଅନ୍ୟ ସବୁ କାର୍ଯ୍ୟକୁ ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି।




