ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମ୍ସି ସାଂସଦ ଅଭିଶେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ୍ କରିଛି। ଅଭିଶେକଙ୍କୁ ଅକ୍ଟୋବର ୯ରେ ଇଡିରେ ହାଜର ହେବାକୁ କୁହାଯାଇଛି ଏବଂ ତାଙ୍କ ପତ୍ନୀଙ୍କୁ ଅକ୍ଟୋବର ୧୧ରେ ହାଜର ହେବାକୁ କୁହାଯାଇଛି। ତେବେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ରୁଜିରାଙ୍କୁ ପ୍ରଥମ ଥର ପାଇଁ ଇଡି ସମନ୍ କରିଛି। ପୂର୍ବରୁ ଅଭିଶେକ ବାନାର୍ଜୀଙ୍କୁ ଏହି ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ […]
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମ୍ସି ସାଂସଦ ଅଭିଶେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ୍ କରିଛି। ଅଭିଶେକଙ୍କୁ ଅକ୍ଟୋବର ୯ରେ ଇଡିରେ ହାଜର ହେବାକୁ କୁହାଯାଇଛି ଏବଂ ତାଙ୍କ ପତ୍ନୀଙ୍କୁ ଅକ୍ଟୋବର ୧୧ରେ ହାଜର ହେବାକୁ କୁହାଯାଇଛି। ତେବେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ରୁଜିରାଙ୍କୁ ପ୍ରଥମ ଥର ପାଇଁ ଇଡି ସମନ୍ କରିଛି। ପୂର୍ବରୁ ଅଭିଶେକ ବାନାର୍ଜୀଙ୍କୁ ଏହି ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଜେରା କରାଯାଇଥିଲା। ତାଙ୍କୁ ୯ ଘଣ୍ଟା ଧରି ଜେରା କରାଯାଇଥିଲା।




