ଶାହଙ୍କ ବିରୋଧରେ ଏତଲା ରୁଜୁ କଲେ କଂଗ୍ରେସ ନେତା

ବେଙ୍ଗାଲୁରୁ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକରେ ନିର୍ବାଚନ ରାଲିରେ ଦେଇଥିବା ଏକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଶାହ ନିକଟରେ ଏକ ନିର୍ବାଚନ ରାଲିରେ ଭୋଟରମାନଙ୍କୁ ସତର୍କ କରି କହିଥିଲେ ଯେ କର୍ଣ୍ଣାଟକରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଙ୍ଗା ହେବ। ଶାହଙ୍କ ଏହି ଟିପ୍ପଣୀକୁ କଂଗ୍ରେସ ଗମ୍ଭୀରତାର ସହ ଗ୍ରହଣ କରିଛି। କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର କହିଛନ୍ତି, ଶାହଙ୍କ ଟିପ୍ପଣୀ ପାଇଁ ତାଙ୍କ […]

Samaya Live Picture
Published On

ବେଙ୍ଗାଲୁରୁ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କର୍ଣ୍ଣାଟକରେ ନିର୍ବାଚନ ରାଲିରେ ଦେଇଥିବା ଏକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଶାହ ନିକଟରେ ଏକ ନିର୍ବାଚନ ରାଲିରେ ଭୋଟରମାନଙ୍କୁ ସତର୍କ କରି କହିଥିଲେ ଯେ କର୍ଣ୍ଣାଟକରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଙ୍ଗା ହେବ। ଶାହଙ୍କ ଏହି ଟିପ୍ପଣୀକୁ କଂଗ୍ରେସ ଗମ୍ଭୀରତାର ସହ ଗ୍ରହଣ କରିଛି। କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର କହିଛନ୍ତି, ଶାହଙ୍କ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଯଦି ଜଣେ ସାଧାରଣ ଲୋକ ଏମିତି କହିଥାନ୍ତେ ତେବେ ସେ ଗିରଫ ହୋଇଥାନ୍ତେ। କିନ୍ତୁ ଶାହ ଏମିତି କହିବା ଉଚିତ ନଥିଲା। ସେ ଦେଶର ଗୃହ ମନ୍ତ୍ରୀ। ବିଜେପିର ତାରକା ପ୍ରଚାରକ ନୁହନ୍ତି। ଶାହଙ୍କର ଏହି ଟିପ୍ପଣୀ ପାଇଁ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା, ଡ. ପରମେଶ୍ବର, ଡିକେ ଶିବକୁମାର ବେଙ୍ଗାଲୁରୁ ହାଇ ଗ୍ରାଉଣ୍ଡ୍ ଥାନାରେ ଏତଲା ରୁଜୁ କରିଛନ୍ତି।

Tags: