ଶାହଙ୍କ ପାଇଁ ଭୋଟ୍ ମାଗୁଛନ୍ତି ମୋଦୀ : କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ଦାବି ଦୋହରାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାବର୍ଷ ଅବସର ନେବେ ଏବଂ ଅମିତ ଶାହ ଦେଶର ପ୍ରଧାନମନ୍ତ୍ରୀ ହେବେ। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, ମୋଦୀଙ୍କୁ ୨୦୨୫ ସେପ୍ଟେମ୍ବର ୧୭ ରେ ୭୫ ବର୍ଷ ହେବ। ମୋଦୀ କରିଥିବା ନିୟମ ଅନୁଯାୟୀ ବିଜେପିରେ ନେତାମାନେ ୭୫ ବର୍ଷ ବୟସରେ ଅବସର ନେବେ। ଏହି ନିୟମ ମୋଦୀଙ୍କ ପାଇଁ ବି […]
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ତାଙ୍କ ଦାବି ଦୋହରାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାବର୍ଷ ଅବସର ନେବେ ଏବଂ ଅମିତ ଶାହ ଦେଶର ପ୍ରଧାନମନ୍ତ୍ରୀ ହେବେ। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, ମୋଦୀଙ୍କୁ ୨୦୨୫ ସେପ୍ଟେମ୍ବର ୧୭ ରେ ୭୫ ବର୍ଷ ହେବ। ମୋଦୀ କରିଥିବା ନିୟମ ଅନୁଯାୟୀ ବିଜେପିରେ ନେତାମାନେ ୭୫ ବର୍ଷ ବୟସରେ ଅବସର ନେବେ। ଏହି ନିୟମ ମୋଦୀଙ୍କ ପାଇଁ ବି ଲାଗୁ ହେବ। ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ମୋଦୀ ନିଷ୍ପତ୍ତି ନେଇସାରିଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଇଣ୍ଡି ମେଣ୍ଟକୁ ଭୋଟ୍ ଦେବାପାଇଁ ମୁଁ ଭୋଟରମାନଙ୍କୁ ଅନୁରୋଧ କରିବାପାଇଁ ଏଠାକୁ ଆସିଛି। କେଜ୍ରିୱାଲ କହିଛନ୍ତି, ମୁଁ ୪ଟି ପ୍ରସଙ୍ଗ ଉପରେ କହିବାକୁ ଚାହେ। ପ୍ରଥମତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମିତ ଶାହଙ୍କ ପାଇଁ ଭୋଟ୍ ମାଗୁଛନ୍ତି। ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ମୋଦୀ ତାଙ୍କପାଇଁ ଭୋଟ୍ ମାଗୁଛନ୍ତି। ଦ୍ବିତୀୟରେ ବିଜେପି ଯଦି କ୍ଷମତାକୁ ଆସେ ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାତ୍ର ୨-୩ ମାସରେ ତାଙ୍କ ପଦରୁ ହଟାଇ ଦିଆଯିବ। ତୃତୀୟରେ ସେମାନେ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ଏସସି, ଏସଟି ସଂରକ୍ଷଣ ହଟାଇ ଦେବେ। ଚତୁର୍ଥ କଥା ହେଉଛି ଜୁନ୍ ୪ ତାରିଖରେ ଇଣ୍ଡି ମେଣ୍ଟ ସରକାର ଗଠନ କରିବ।




