ଶାହଙ୍କ ଦୃଢ଼ ପ୍ରତିଜ୍ଞା, ୨ ମଣିପୁରୀ ଛାତ୍ରଙ୍କ ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ
ନୂଆଦିଲ୍ଲୀ : ମଣିପୁରରେ ୨ ଛାତ୍ର ହତ୍ୟାକୁ ବିରୋଧ କରି ରାଜ୍ୟ ପୁଣିଥରେ ଅଶାନ୍ତ ହୋଇଉଠିଛି। ବିଭିନ୍ନ ଛାତ୍ର ସଂଗଠନ ଏବେ ଆନ୍ଦୋଳନ, ହିଂସା ଓ ପୋଡ଼ାଜଳାରେ ମାତିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୋଷୀ ଗିରଫ ହେବ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଦୃଢ଼ ପ୍ରତିଜ୍ଞା କରିଥିବା ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ କହିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉକ୍ତ ମାମଲାକୁ ଅତ୍ୟନ୍ତ […]
ନୂଆଦିଲ୍ଲୀ : ମଣିପୁରରେ ୨ ଛାତ୍ର ହତ୍ୟାକୁ ବିରୋଧ କରି ରାଜ୍ୟ ପୁଣିଥରେ ଅଶାନ୍ତ ହୋଇଉଠିଛି। ବିଭିନ୍ନ ଛାତ୍ର ସଂଗଠନ ଏବେ ଆନ୍ଦୋଳନ, ହିଂସା ଓ ପୋଡ଼ାଜଳାରେ ମାତିଛନ୍ତି। ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୋଷୀ ଗିରଫ ହେବ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଦୃଢ଼ ପ୍ରତିଜ୍ଞା କରିଥିବା ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ କହିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉକ୍ତ ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ବୋଲି ସିଂହ କହିଛନ୍ତି। ଅମିତ ଶାହ ବ୍ୟକ୍ତିଗତ ଭାବେ ଏନ୍ ବୀରେନ ସିଂହଙ୍କୁ କଲ୍ କରି ଉକ୍ତ ମାମଲାର ପୁଙ୍ଖାନୁପୁଙ୍ଖ ସିବିଆଇ ତଦନ୍ତ ହେବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ସିବିଆଇ ଅଧିକାରୀଙ୍କ ଏକ ଟିମ୍ ବୁଧବାର ଦିନ ମଣିପୁର ରାଜଧାନୀ ଇମ୍ଫାଲରେ ପହଞ୍ଚି ଉକ୍ତ ଅପରାଧ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଇମ୍ଫାଲରେ ୨ ଦିନର ଆନ୍ଦୋଳନ ମଧ୍ୟରେ ୧୫୦ରୁ ଅଧିକ ଛାତ୍ର ଆହତ ହେଲେଣି। ଇତି ମଧ୍ୟରେ ଥୌବାଲ ଜିଲ୍ଲାରେ ବିଜେପି ମଣ୍ଡଳ ଅଫିସରେ ନିଆଁ ଲଗାଇ ଦିଆଯାଇଛି।




