ଶାହଙ୍କ ଗସ୍ତ ପୂର୍ବରୁ ମଣିପୁରରେ ସଦ୍ୟ ହିଂସା, ପୁଲିସ ସମେତ ୫ ଜଣଙ୍କ ମୃତ୍ୟୁ
ଇମ୍ଫାଲ : ମଣିପୁର ହିଂସା ଥମିବାର ନାଁ ନେଉନି। ଗତକାଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତରେ ରହି ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ୩ ଦିନିଆ ମଣିପୁର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିବେ। କିନ୍ତୁୂ ଶାହଙ୍କ ଗସ୍ତ ପୂର୍ବରୁ ମଣିପୁରରେ ସଦ୍ୟ ହିଂସା ଉପୁଜି ପୁଲିସ ସମେତ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଗତକାଲି ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ୫ […]
ଇମ୍ଫାଲ : ମଣିପୁର ହିଂସା ଥମିବାର ନାଁ ନେଉନି। ଗତକାଲି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତରେ ରହି ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ୩ ଦିନିଆ ମଣିପୁର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିବେ। କିନ୍ତୁୂ ଶାହଙ୍କ ଗସ୍ତ ପୂର୍ବରୁ ମଣିପୁରରେ ସଦ୍ୟ ହିଂସା ଉପୁଜି ପୁଲିସ ସମେତ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଗତକାଲି ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ୫ ଜଣଙ୍କ ମୃତ୍ୟୁୃ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ସେରୋଉ ଏବଂ ସୁଗୁନୁ ଅଞ୍ଚଳରେ ଅନେକ ଘରେ ନିଆଁ ଲଗାଇ ଦେବେ ବୋଲି ଖବର ପ୍ରସାର ହେବାପରେ ରାଜ୍ୟର ବିଭିନ୍ନ ଅଂଶରେ ହିଂସା ସୃଷ୍ଟି ହୋଇଛି। ଗତ କିଛି ଦିନ ମଧ୍ୟରେ ପୁଲିସ ଏନକାଉଣ୍ଟରରେ ୪୦ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ କହିଛନ୍ତି। ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ବିରୋଧରେ ଏ -୧୬ ଏବଂ ଏକେ-୪୭ ଆସଲ୍ଟ ରାଇଫଲ୍ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇମ୍ଫାଲରେ ଗତ ୨ ଦିନ ହେବ ସାଧାରଣ ନାଗରିକଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି ତାହା ପୂର୍ବ ଯୋଜନାବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




