ଶାହଙ୍କୁ ପ୍ରଧାନମନ୍ତ୍ରୀ ଲଗାମ ଦିଅନ୍ତୁ : ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍‌ ଆ‌ଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା‌ ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍‌ ଦ୍ବାରା ଏହି ଯୋଜନା ହୋଇଥିବା ମମତା ଦାବି କରିଛନ୍ତି ଛନ୍ତି। କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍‌ସି ମୁଖ୍ୟ ନିଶ୍ଚିତ କରିଛନ୍ତି ଯେ ୱକଫ୍‌ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ […]

ଶାହଙ୍କୁ ପ୍ରଧାନମନ୍ତ୍ରୀ ଲଗାମ ଦିଅନ୍ତୁ : ମମତା
Samaya Live Picture
Published On

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍‌ ଆ‌ଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା‌ ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍‌ ଦ୍ବାରା ଏହି ଯୋଜନା ହୋଇଥିବା ମମତା ଦାବି କରିଛନ୍ତି ଛନ୍ତି। କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍‌ସି ମୁଖ୍ୟ ନିଶ୍ଚିତ କରିଛନ୍ତି ଯେ ୱକଫ୍‌ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ ଆଗରେ । ତେବେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାପାଇଁ ଅନୁରୋଧ କରିଛନ୍ତି। ମମତା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ଅନୁରୋଧ କରୁଛି ଯେ ସେ ଅମିତ ଶାହଙ୍କୁ ନିୟନ୍ତ୍ରଣରେ ରଖନ୍ତୁ। ଶାହ ନିଜ ରାଜନୈତିକ ସ୍ବାର୍ଥ ପାଇଁ ଦେଶକୁ କ୍ଷତି ପହଞ୍ଚାଉଛନ୍ତି। ଶାହ କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି ବୋଲି ମମତା କହିଛନ୍ତି। ଗୃହମନ୍ତ୍ରୀ କିଭଳି କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକର ଅପବ୍ୟବହାର କରୁଛନ୍ତି ତାହା ମୋଦୀ ଦେଖିବା ଉଚିତ ବୋଲି ସେ କହିଛନ୍ତି। ତେବେ ମମତାଙ୍କ ଏଭଳି ବୟାନ ରାଜ୍ୟର ଦଙ୍ଗା ପୀଡ଼ିତଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି। ହିଂସା ଓ ଦଙ୍ଗାର ରାଜନୀତିକୁ ପାଥେୟ କରି ଟିଏମ୍‌ସି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଚଳାଇଥିବା କାହାକୁ ଅଛପା ନାହିଁ ବୋଲି ବିଜେପି କହିଛି।

Tags: