ଶାଶୂଙ୍କୁ ନିସ୍ତୁକ ମାଡ଼ ମାରିଥିବା କେରଳ ମହିଳାଙ୍କୁ ଗିରଫ କଲା ପୁଲିସ
ଥିରୁଅନନ୍ତପୁରମ: କେରଳର କୋଲ୍ଲମରେ ଜଣେ ମହିଳା ନିଜ ବୟସ୍କ ଶାଶୂଙ୍କୁ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହେବାପରେ ପୁଲିସ ତାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ତାଙ୍କ ଶାଶୂଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ ଏବଂ ଏହାପରେ ସେ ତାଙ୍କୁ ନିସ୍ତକୁ ମାଡ଼ ମାରିଥିଲେ। ଉକ୍ତ ଘଟଣାର ଭିଡିଓ ଭାଇରାଲ୍ ହେବାପରେ ପୁଲିସ ନିଜଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ମହିଳାଙ୍କୁ ଗିରଫ କରିଛି। ଭିଡିଓଟିକୁ ସୋସିଆଲ ମିଡିଆ ୟୁଜର ଜୋରଦାର ଭାଇରାଲ୍ କରିବାପରେ […]
ଥିରୁଅନନ୍ତପୁରମ: କେରଳର କୋଲ୍ଲମରେ ଜଣେ ମହିଳା ନିଜ ବୟସ୍କ ଶାଶୂଙ୍କୁ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହେବାପରେ ପୁଲିସ ତାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ତାଙ୍କ ଶାଶୂଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ିଯାଇଥିଲେ ଏବଂ ଏହାପରେ ସେ ତାଙ୍କୁ ନିସ୍ତକୁ ମାଡ଼ ମାରିଥିଲେ। ଉକ୍ତ ଘଟଣାର ଭିଡିଓ ଭାଇରାଲ୍ ହେବାପରେ ପୁଲିସ ନିଜଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ମହିଳାଙ୍କୁ ଗିରଫ କରିଛି। ଭିଡିଓଟିକୁ ସୋସିଆଲ ମିଡିଆ ୟୁଜର ଜୋରଦାର ଭାଇରାଲ୍ କରିବାପରେ ଏବଂ ସାମାଜିକ କର୍ମୀ ନାରାୟଣ ଭରଦ୍ବାଜ ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାପରେ ପୁଲିସ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।




