ଶାନ୍ତି ଚୁକ୍ତି ସ୍ବାକ୍ଷର କଲା ମଣିପୁର ଉଗ୍ରପନ୍ଥୀ ଗୋଷ୍ଠୀ ୟୁଏନଏଲଏଫ୍
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବୁଧବାର ଦିନ କହିଛନ୍ତି, ମଣିପୁରରେ ଉଗ୍ରପନ୍ଥୀ ଗୋଷ୍ଠୀ ୟୁଏନଏଲଏଫ୍ (ୟୁନାଇଟେଡ୍ ନେସନାେଲ ଲିବରେସନ ଫ୍ରଣ୍ଟ୍) କେନ୍ଦ୍ର ସରକାରଙ୍କ ସହ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଶାହ ଏକ୍ସରେ ଶାନ୍ତି ଚୁକ୍ତି ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ଗୋଷ୍ଠୀ ୟୁଏନଏଲଏଫ୍ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ରାଜି ହୋଇଛି। ୟୁଏନଏଲଏଫ୍ କାଡର ସେମାନଙ୍କ ଅସ୍ତ୍ର ସମର୍ପଣ କରୁଥିବାର ଭିଡିଓ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବୁଧବାର ଦିନ କହିଛନ୍ତି, ମଣିପୁରରେ ଉଗ୍ରପନ୍ଥୀ ଗୋଷ୍ଠୀ ୟୁଏନଏଲଏଫ୍ (ୟୁନାଇଟେଡ୍ ନେସନାେଲ ଲିବରେସନ ଫ୍ରଣ୍ଟ୍) କେନ୍ଦ୍ର ସରକାରଙ୍କ ସହ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଶାହ ଏକ୍ସରେ ଶାନ୍ତି ଚୁକ୍ତି ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ଗୋଷ୍ଠୀ ୟୁଏନଏଲଏଫ୍ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ରାଜି ହୋଇଛି। ୟୁଏନଏଲଏଫ୍ କାଡର ସେମାନଙ୍କ ଅସ୍ତ୍ର ସମର୍ପଣ କରୁଥିବାର ଭିଡିଓ ମଧ୍ୟ ଶାହ ସେୟାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରେ ପ୍ରଥମ ଥର ପାଇଁ ମଣିପୁରର ଏକ ଉଗ୍ରପନ୍ଥୀ ଗୋଷ୍ଠୀ ସରକାରଙ୍କ ସହ ଶାନ୍ତି ଚୁକ୍ତି କରିଛି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ ନଭେମ୍ବର ୧୩ ତାରିଖରେ ୧୩ ମୈତେୟୀ ଉଗ୍ରପନ୍ଥୀ ଗୋଷ୍ଠୀ ଉପରେ ଲାଗିଥିବା ନିଷିଦ୍ଧାଦେଶକୁ ବୃଦ୍ଧି କରିଥିଲେ। ଶାହ ୟୁଏପିଏ (ବେଆଇନ କାର୍ଯ୍ୟ ନିବାରଣ ଆଇନ) ଅଧୀନରେ ଉକ୍ତ ୧୩ଟି ଗୋଷ୍ଠୀକୁ ବେଆଇନ ଘୋଷଣା କରିଥିଲେ। ଏହି ୧୩ ଗୋଷ୍ଠୀ ମଧ୍ୟରେ ୟୁଏନଏଲଏଫ୍ ମଧ୍ୟ ଥିଲା ।




