ଶରଦ ପାୱାରଙ୍କ ସହ ଅଜିତ ପାୱାରଙ୍କ ସିକ୍ରେଟ୍ ମିଟିଂକୁ ନେଇ ଚର୍ଚ୍ଚା ବଢ଼ିଲା

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ଅଜିତ ପାୱାର ନିକଟରେ ତାଙ୍କ କାକା ଶରଦ ପାୱାରଙ୍କୁ ପୁନେର ଜଣେ ଶିଳ୍ପପତିଙ୍କ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ସିକ୍ରେଟ୍ ମିଟିଂ ହୋଇଥିଲା ବୋଲି ଜୋରଦାର ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଥିଲ। ତେବେ ଇତି ମଧ୍ୟରେ ଜଣେ କଂଗ୍ରେସ ନେତା ଏବଂ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଅଜିତ ପାୱାର ୨ଟି […]

Samaya Live Picture
Published On

ନୂଆଦିଲ୍ଲୀ : ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ନେତା ଅଜିତ ପାୱାର ନିକଟରେ ତାଙ୍କ କାକା ଶରଦ ପାୱାରଙ୍କୁ ପୁନେର ଜଣେ ଶିଳ୍ପପତିଙ୍କ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ସିକ୍ରେଟ୍ ମିଟିଂ ହୋଇଥିଲା ବୋଲି ଜୋରଦାର ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଥିଲ। ତେବେ ଇତି ମଧ୍ୟରେ ଜଣେ କଂଗ୍ରେସ ନେତା ଏବଂ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଅଜିତ ପାୱାର ୨ଟି ଅଫର ନେଇ ତାଙ୍କ କାକାଙ୍କ ପାଖକୁ ଆସିଥିଲେ। ଏଥି ମଧ୍ୟରୁ ଗୋଟିଏ ଅଫର ହେଉଛି କେନ୍ଦ୍ର କ୍ୟାବିନେଟରେ ଶରଦ ପାୱାରଙ୍କୁ କୃଷି ମନ୍ତ୍ରୀ କରାଯାଇପାରେ କିମ୍ବା ତାଙ୍କୁ ନିତି ଆୟୋଗ ଅଧ୍ୟକ୍ଷ ପଦ ମିଳିପାରେ। ଦ୍ବିତୀୟଟି ହେଉଛି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ରରେ ପଦବି ମିଳିପାରେ। ତେବେ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ୟୁବିଟି(ଶିବସେନା) ନେତା ସଂଜୟ ରାଉତ କହିଛନ୍ତି, ଅଜିତ ପାୱାର ଏତେ ବଡ଼ ନେତା ନୁହନ୍ତି ଯେ ସେ ଶରଦ ପାୱାରଙ୍କୁ ଅଫର୍ ଦେବେ। ସଂଜୟ ରାଉତ କହିଛନ୍ତି, ପାୱାର ସାହେବ ଅଜିତ ପାୱାରଙ୍କୁ ଗଢ଼ିଥିଲେ। ଅଜିତ ପାୱାର ଶରଦ ପାୱାରଙ୍କୁ ଗଢ଼ି ନାହାନ୍ତି। ଉକ୍ତ ଖବର ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ସୁପ୍ରିୟା ସୁଲେ କହିଛନ୍ତି, ମତେ କେହି କିଛି ଅଫର୍ କରିନାହାନ୍ତି କି ମୋ ସହ କେହି କଥା ହୋଇନାହାନ୍ତି। ସୁଲେ କହିଛନ୍ତି , ମହାରାଷ୍ଟ୍ରର କଂଗ୍ରେସ ନେତା କାହିଁକି ଏଭଳି ଟିପ୍ପଣୀ ଦେଇଛନ୍ତି ତାହା ସେ ଜାଣିନାହାନ୍ତି।

Tags: