ଶରଦ ପାୱାରଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଖକୁ ଏହି ହତ୍ୟା ଧମକ ଆସିଛି। ସୁପ୍ରିୟା ସୁଲେ କହିଛନ୍ତି, ତାଙ୍କ ହ୍ବାଟ୍ସଆପ୍ ନମ୍ବରରେ ସେ ତାଙ୍କ ବାପାଙ୍କ ପାଇଁ ହତ୍ୟା ଧମକ ପାଇଛନ୍ତି। ଉକ୍ତ ମାମଲାରେ ସେ ମହାରାଷ୍ଟ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସୁପ୍ରିୟା ସୁଲେ ମଧ୍ୟ ଏନେଇ ଥାନାରେ ଏତଲା ରୁଜୁୂ କରିଛନ୍ତି। ସୁଲେ କହିଛନ୍ତି, ଏଭଳି କାର୍ଯ୍ୟ […]
ନୂଆଦିଲ୍ଲୀ : ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କ ପାଖକୁ ଏହି ହତ୍ୟା ଧମକ ଆସିଛି। ସୁପ୍ରିୟା ସୁଲେ କହିଛନ୍ତି, ତାଙ୍କ ହ୍ବାଟ୍ସଆପ୍ ନମ୍ବରରେ ସେ ତାଙ୍କ ବାପାଙ୍କ ପାଇଁ ହତ୍ୟା ଧମକ ପାଇଛନ୍ତି। ଉକ୍ତ ମାମଲାରେ ସେ ମହାରାଷ୍ଟ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସୁପ୍ରିୟା ସୁଲେ ମଧ୍ୟ ଏନେଇ ଥାନାରେ ଏତଲା ରୁଜୁୂ କରିଛନ୍ତି। ସୁଲେ କହିଛନ୍ତି, ଏଭଳି କାର୍ଯ୍ୟ ଅତି ନିମ୍ନ ମାନର ରାଜନୀତି ଏବଂ ଏହା ବନ୍ଦ ହେବା ଉଚିତ। ପାୱାାର ସାହେବଙ୍କ ସୁରକ୍ଷା ଦାୟିତ୍ବ ଗୃହ ମନ୍ତ୍ରାଳୟର। ପାୱାର ହେଉଛନ୍ତି ଦେଶର ନେତା ତେଣୁ ଗୃହ ମନ୍ତ୍ରୀ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ଉଚିତ।




