ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍‌

ମୁମ୍ବାଇ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛି ପୁନେର ଜଣେ ଇଂଜିନିୟର। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଉକ୍ତ ଇଂଜିନିୟରକୁ ଗିରଫ କରିଛି ଏବଂ ତାକୁ ଜୁନ୍‌ ୧୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଅଭିଯୁକ୍ତର ନାଁ ସାଗର ବର୍ଭେ। ରବିବାର ତାକୁ ଏସପ୍ଲାନେଡ କୋର୍ଟରେ ହାଜର କରାଯାଇଥିଲା। ସାଗର ବର୍ଭେ ଫେସବୁକ୍‌ରେ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲା। ସୋ‌ସିଆଲ […]

Samaya Live Picture
Published On

ମୁମ୍ବାଇ : ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ହେଉଛି ପୁନେର ଜଣେ ଇଂଜିନିୟର। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଉକ୍ତ ଇଂଜିନିୟରକୁ ଗିରଫ କରିଛି ଏବଂ ତାକୁ ଜୁନ୍‌ ୧୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଅଭିଯୁକ୍ତର ନାଁ ସାଗର ବର୍ଭେ। ରବିବାର ତାକୁ ଏସପ୍ଲାନେଡ କୋର୍ଟରେ ହାଜର କରାଯାଇଥିଲା। ସାଗର ବର୍ଭେ ଫେସବୁକ୍‌ରେ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲା। ସୋ‌ସିଆଲ ମିଡିଆରେ ଶରଦ ପାୱାରଙ୍କୁ ହତ୍ୟା ଧମକ ମିଳିବାପରେ ଝିଅ ସୁପ୍ରିୟା ସୁଲେ ପୁଲିସରେ ଅଭିଯୋଗ କରିଥିଲେ। ଫେସବୁକ୍‌ ପୋଷ୍ଟରେ ଲେଶାଯାଇଥିଲା ଶରଦ ପାୱାର ଖୁବ୍‌ଶୀଘ୍ର ନ‌ରେନ୍ଦ୍ର ଡାଭୋଲକରଙ୍କ ଭଳି ଅବସ୍ଥା ଭୋଗିବେ। ଉଲ୍ଲେଖଯୋଗ୍ୟ ଯେ ନରେନ୍ଦ୍ର ଡାଭୋଲକରଙ୍କୁ ୨୦୧୩ରେ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଅଭିଯୁକ୍ତ କୌଣସି ଦଳ ସହ ଜଡ଼ିତ ନୁହନ୍ତି।

Tags: