ଶରଦ ପାୱାରଙ୍କୁ ଭେଟିଲେ ଅଜିତ ପାୱାର, ଆର୍ଶୀବାଦ ନେଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ତାଙ୍କ କାକା ଶରଦ ପାୱାରଙ୍କୁ ୱାଇବି ଚହ୍ବାନ କେନ୍ଦ୍ରରେ ଭେଟିଛନ୍ତି ଏବଂ ତାଙ୍କ ଆର୍ଶୀବାଦ ନେଇଛନ୍ତି। ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀର ନେତାମାନେ ସିନ୍ଦେ ସରକାରରେ ଯୋଗ ଦେବାର ଠିକ୍‌ ୨ ସପ୍ତାହ ପରେ ଆଜି ଶରଦ ପାୱାରଙ୍କୁ ଭେଟିଛନ୍ତି। ସେମାନେ ଶରଦ ପାୱାରଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି, ଆମେ ସମସ୍ତେ ଏଠାକୁ ଶରଦ ପାୱାରଙ୍କ ଆର୍ଶୀବାଦ ନେବାକୁ […]

Samaya Live Picture
Published On

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ତାଙ୍କ କାକା ଶରଦ ପାୱାରଙ୍କୁ ୱାଇବି ଚହ୍ବାନ କେନ୍ଦ୍ରରେ ଭେଟିଛନ୍ତି ଏବଂ ତାଙ୍କ ଆର୍ଶୀବାଦ ନେଇଛନ୍ତି। ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀର ନେତାମାନେ ସିନ୍ଦେ ସରକାରରେ ଯୋଗ ଦେବାର ଠିକ୍‌ ୨ ସପ୍ତାହ ପରେ ଆଜି ଶରଦ ପାୱାରଙ୍କୁ ଭେଟିଛନ୍ତି। ସେମାନେ ଶରଦ ପାୱାରଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି, ଆମେ ସମସ୍ତେ ଏଠାକୁ ଶରଦ ପାୱାରଙ୍କ ଆର୍ଶୀବାଦ ନେବାକୁ ଆସିଛୁ। ଆମେ ଜାଣିବାକୁ ପାଇଲୁ ଯେ ଶରଦ ପାୱାର ୱାଇବି ଚହ୍ବାନ ସେଣ୍ଟରରେ ଅଛନ୍ତି। ଆମେ ଏହି ସୁଯୋଗ ହାତଛଡ଼ା କଲୁନାହିଁ। ପ୍ରଫୁଲ ପଟେଲ କହିଛନ୍ତି, ଏନ୍‌ସିପି ଏକାଠି ରହିବାପାଇଁ ଆମେ ଶରଦ ପାୱାରଙ୍କୁ ଅନୁରୋଧ କଲୁ। କିନ୍ତୁ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ମହାରାଷ୍ଟ୍ର ବିଧାନସଭାରେ ମୌସୂମୀ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ଆଜି ଅଜିତ ପାୱାର ଶରଦ ପା‌ୱାରଙ୍କୁ ଭେଟିଛନ୍ତି।

Tags: