ଶମ୍ଭୁ ସୀମାରେ କୃଷକଙ୍କ ବିଶାଳ ଆନ୍ଦୋଳନରେ ଯୋଗଦେବେ ଭିନେଶ ଫୋଗାଟ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନର ୨୦୦ ଦିନ ପୂର୍ତ୍ତି ଅବସରରେ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକତ୍ରିତ ହେବାକୁ ଯୋଜନା କରିଛନ୍ତି। ଖାନୌରୀ, ଶମ୍ଭୁ ଏବଂ ରତନପୁର ସୀମାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ଅଲିମ୍ପିଆନ ଭିନେଶ ଫୋଗାଟ ମଧ୍ୟ ସେମାନଙ୍କ ସହ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆସିଛନ୍ତି। ଏହି ଅବସରରେ କୃଷକମାନେ ତାଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। କୃଷକମାନେ […]

Samaya Live Picture
Published On

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନର ୨୦୦ ଦିନ ପୂର୍ତ୍ତି ଅବସରରେ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକତ୍ରିତ ହେବାକୁ ଯୋଜନା କରିଛନ୍ତି। ଖାନୌରୀ, ଶମ୍ଭୁ ଏବଂ ରତନପୁର ସୀମାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। ଅଲିମ୍ପିଆନ ଭିନେଶ ଫୋଗାଟ ମଧ୍ୟ ସେମାନଙ୍କ ସହ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ପୂର୍ବତନ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆସିଛନ୍ତି। ଏହି ଅବସରରେ କୃଷକମାନେ ତାଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। କୃଷକମାନେ ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ ୧୩ରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କୁ ଦିଲ୍ଲୀକୁ ପ୍ରବେଶ ଅନୁମତି ନମିଳିବାରୁ ସେମାନେ ଶମ୍ଭୁ ସୀମାରେ ଆନ୍ଦୋଳନରତ ଅଛନ୍ତି। ଏହାବାଦ୍‌ କୃଷକମାନେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସେମାନେ ବିଜେପିକୁ ରାଣାୱତଙ୍କ ବିରୋଧରେ ଦୃଢ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Tags: