ଶପଥ ନେବାର ଦିନକ ପରେ ଇସ୍ତଫା ଦେଲେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ:ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ପତ୍ନୀ କ୍ରୀଷ୍ଣା କୁମାରୀ ରାଏ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଗତକାଲି ସେ ବିଧାୟକ ଭାବେ ଶପଥ ନେଇଥିବା ବେଳେ ଆଜି ହଠାତ୍‌ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପଛର କାରଣ କ’ଣ ଜଣାପଡ଼ିନି। ପ୍ରେମ ସିଂହ ତମାଙ୍ଗଙ୍କ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ୩୨ଟି ଆସନରୁ ୩୧ଟି ଆସନରେ ଜିତିଥିଲା। କ୍ରୀଷ୍ଣା […]

Samaya Live Picture
Published On

ନୂଆଦିଲ୍ଲୀ:ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗଙ୍କ ପତ୍ନୀ କ୍ରୀଷ୍ଣା କୁମାରୀ ରାଏ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ଗତକାଲି ସେ ବିଧାୟକ ଭାବେ ଶପଥ ନେଇଥିବା ବେଳେ ଆଜି ହଠାତ୍‌ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପଛର କାରଣ କ’ଣ ଜଣାପଡ଼ିନି। ପ୍ରେମ ସିଂହ ତମାଙ୍ଗଙ୍କ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ୩୨ଟି ଆସନରୁ ୩୧ଟି ଆସନରେ ଜିତିଥିଲା। କ୍ରୀଷ୍ଣା କୁମାରୀ ନାମଚି -ସିଙ୍ଘିଥାଙ୍ଗ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ସେ ୫,୩୦୨ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ସିକ୍କିମ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତମାଙ୍ଗଙ୍କ ଭୋଟ୍‌ ପ୍ରତିଶତ ୭୨.୧୮ ପ୍ରତିଶତ ଥିବାବେଳେ କ୍ରୀଷ୍ଣା କୁମାରୀଙ୍କ ଭୋଟ୍‌ ପ୍ରତିଶତ ୭୧.୬ ପ୍ରତିଶତ ରହିଛି।

Tags: