ଶତ୍ରୁ ପକ୍ଷର ଡ୍ରୋନକୁ ଧ୍ୱଂସ କରିବ ଚିଲ
ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ପାଦ ରଖିବେ ପକ୍ଷୀ I ଶତ୍ରୁପକ୍ଷ ଙ୍କ ଉପରେ ନଜର ରଖିବାପାଇଁ ସେନାରେ ସାମିଲ ହେବ ପ୍ରଶିକ୍ଷିତ ଚିଲ I ବିଶେଷ କରି ଚିଲ ନଜରରୁ ଖସିପାରିବ ନାହିଁ ଶତ୍ରୁପକ୍ଷର ଡ୍ରୋନ୍ I ଟାର୍ଗେଟ କରି ଖସାଇବ I ଏହି ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ଚିଲ ମାନଙ୍କୁ ଭାରତୀୟ ସେନାର ମିରଟ ସ୍ଥିତ ରିମାଉଣ୍ଟ ପ୍ରାଣୀ ଚିକିତ୍ସାଳୟରେ ତାଲିମ ଦିଆଯାଇଛି । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ […]
ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ପାଦ ରଖିବେ ପକ୍ଷୀ I ଶତ୍ରୁପକ୍ଷ ଙ୍କ ଉପରେ ନଜର ରଖିବାପାଇଁ ସେନାରେ ସାମିଲ ହେବ ପ୍ରଶିକ୍ଷିତ ଚିଲ I ବିଶେଷ କରି ଚିଲ ନଜରରୁ ଖସିପାରିବ ନାହିଁ ଶତ୍ରୁପକ୍ଷର ଡ୍ରୋନ୍ I ଟାର୍ଗେଟ କରି ଖସାଇବ I ଏହି ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ଚିଲ ମାନଙ୍କୁ ଭାରତୀୟ ସେନାର ମିରଟ ସ୍ଥିତ ରିମାଉଣ୍ଟ ପ୍ରାଣୀ ଚିକିତ୍ସାଳୟରେ ତାଲିମ ଦିଆଯାଇଛି । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି I
ମିଳିଥିବା ସୂଚନା ଅନୁଯାୟୀ, ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ଭାରତୀୟ ସେନା ନୂଆ ଯୋଜନା କରିଛି I ଭାରତୀୟ ସେନାର ତାଲିମ୍ପ୍ରାପ୍ତ କୁକୁରମାନଙ୍କ ଭଳି ଏହି ପ୍ରଶିକ୍ଷିତ ଚିଲ ମାନେ ଡ୍ରୋନ୍ ଆଣ୍ଟି ସିଷ୍ଟମ ଭାବରେ କାର୍ଯ୍ୟ କରିବେ ଏବଂ ଶତ୍ରୁପକ୍ଷର ଡ୍ରୋନ୍ ଗୁଡିକୁ ମାଡିବସି ତାକଳୁ ଖସାଇବେ I ଏହି ସମୟରେ, ଭାରତ-ଆମେରିକାର ମିଳିତ ତାଲିମ “ଯୁଦ୍ଧାଭ୍ୟାସ ୨୨ ” ର ୧୮ ତମ ସଂସ୍କରଣ ଶନିବାର ଉତ୍ତରାଖଣ୍ଡର ମୌଲି ଠାରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାର ପ୍ରଦର୍ଶନ କରାଯାଇଛି । ଏହି ପ୍ରଶିକ୍ଷଣ ସମୟରେ ଉଭୟ ଚିଲ ଓ କୁକୁର ମାନଙ୍କୁ ଯୁଦ୍ଧ ସମୟରେ କିଭଳି ଏକତ୍ର ମିଶି ଶତ୍ରୁ ଡ୍ରୋନ ଚିହ୍ନଟ ହେବା ମାତ୍ରେ ତଳକୁ ଖସାଇବେ ସେ ବିଷୟରେ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି କୁହାଯାଇଛି ।




